March 12, 2026

ପୂର୍ବତନ ସରପଞ୍ଚ ଓ ସମାଜସେବୀ ଙ୍କ ପିତୃ ବିୟୋଗ

IMG-20251127-WA0062
Share

 

 

ଗଞ୍ଜାମ, = ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତ ର ପୂର୍ବତନ ସରପଞ୍ଚ ଓ ସମାଜସେବୀ ଦିଲୀପ ଛୋଟରାୟ ଙ୍କ ବାପ ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଭୀମସେନ ଛୋଟରାୟଙ୍କ 94 ବର୍ଷ ରେ ମଙ୍ଗଳ ବାର ଦିନ ବିଳମ୍ବିତ ରାତ୍ରରେ ବିୟୋଗ ଘଟିଛି l ତାଙ୍କ ବିୟୋଗ ରେ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କୁ ଗ୍ରାମର ସ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ l ତାଙ୍କ ଚାରି ପୁଅ, ଗୋଟିଏ ଝିଅ ଉପସ୍ଥିତ ରହିଥିଲେ l ସାନ ପୁଅ ସନ୍ଧିପ ଛୋଟରାୟ ମୁଖାଗ୍ନି ଦେଇଥିଲେ l ଖବର ପାଇଁ ବରିଷ୍ଠ ସି ପି ଏମ ନେତା ଅଳିକିଶାର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ,ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ, ସରପଞ୍ଚ ବୈରାଗୀ ବେହେରା, ସି ପି ଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଅଜୟ ଗୌଡ଼, ସମେତ ବଟେଶ୍ୱର ମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ ଅନ୍ୟାନ ବ୍ୟକ୍ତି ମାନେ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l