କୋଟପାଡ କୋର୍ଟ ପରିସର ରେ ଜାତୀୟ ସମ୍ବିଧାନ ଦିବସ ପାଳିତ

କୋରାପୁଟ ଜିଲ୍ଲା କୋଟପାଡ କୋର୍ଟ ପରିସର ରେ ବୁଧବାର ଦିନ ଜେ.ଏମ.ଏଫ.ସି କୋର୍ଟ ଏବଂ ତାଲୁକ୍ ଲିଗାଲ ସର୍ଭିସ୍ କମିଟି କୋଟପାଡ ପକ୍ଷ ରୁ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଯାଇଛି। ଭାରତୀୟ ସମ୍ବିଧାନ ର ମୂଲ୍ୟବୋଧ, ପ୍ରାସଙ୍ଗିକତା ବିବାଦ ରେ ଆଲୋଚନା କରାଯାଇଛି । ଏ ଅବସର ରେ ସମ୍ବିଧାନ ପ୍ରସ୍ତାବ ପଠନ ସହ ଶପଥ ପାଠ କରାଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଉମେନ୍ସ କୋର୍ଟ ଜର୍ଜ ଶ୍ରୀମତୀ ଅଲକା ନନ୍ଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଜେ.ଏମ.ଏଫ.ସି ଶ୍ରୀ ତ୍ରିଜିବ କୁମାର ନନ୍ଦ, ଯୋଗ ଦେଇ ଭାରତୀୟ ସମ୍ବିଧାନ ର ମୂଳମନ୍ତ୍ର, ଉପାଦେୟତା ଏବଂ ଦେଶ ପ୍ରତି ନାଗରିକଙ୍କ ଦାୟିତ୍ଵବୋଧ ଉପରେ ଅତିଥି ମାନେ ମତ ରଖି ଥିଲେ । ଓକିଲ ସଂଘ ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ, ଏ.ପି.ପି କିଶୋର ଚନ୍ଦ୍ର ମିଶ୍ର, ବିରେସ ପଟ୍ଟନାୟକ ଙ୍କ ସମେତ ସମସ୍ତ ଓକିଲ ବନ୍ଧୁ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
