March 11, 2026

ପୁରୀରେ ସମ୍ବିଧାନ ଦିବସ ପାଳନ କରାଯାଇଛି

IMG-20251127-WA0031
Share

 

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ପୁରୀ ଆନୁକୂଲ୍ୟରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ସମ୍ବିଧାନ ପ୍ରତିଷ୍ଠା ଦିବସ ପରିସରସ୍ଥ ଜୟଦେବ ସଭାଗାରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟର ଏଲ ଏଲ ଏମ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ଲୋକନାଥ ସୁଆର ଉପସ୍ଥିତ ରହି ସମ୍ବିଧାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ପ୍ରଫେସର ଲଳିତ କୁମାର ସାହୁ ଯୋଗଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପରିସରର ସହଯୋଗୀ ନିର୍ଦ୍ଦେଶକ ପ୍ରଫେସର ବିଜୟପାଲ କଚ୍ଛୱା l ଡକ୍ଟର ଓମ ନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଡକ୍ଟର ବିଶ୍ୱନାଥ ମିଶ୍ର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l