April 11, 2025

କର୍ମଜୀବୀ ସାମ୍ବାଦିକ ସଂଘର ପୁରୀ ଜିଲ୍ଲା ବୈଠକ ..

Share

 

ଅସ୍ତରଙ୍ଗ,ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ,ପୁରୀ ଜିଲ୍ଲା ଶାଖା ର ବୈଠକ ବୁଧବାର ଦିନ ଅସ୍ତରଙ୍ଗ ର ପିର ଜାହା ନିଆଁ ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । କର୍ମଜୀବୀ ସାମ୍ବାଦିକ ସଂଘ ର ପୁରୀ ଜିଲ୍ଲା ଶାଖା ସଭାପତି ଶରତ ପରିଡ଼ା ଙ୍କ ସଭାପିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉଦ୍ଘାଟକ ଭାବେ ରାଜ୍ୟ ସଭାପତି ଶୁ ଜ୍ଞାନୀ ଚୌଧୁରୀ,ଯୋଗଦାନ କରିଥିବା ବେଳେ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ,ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,ମୁଖ୍ୟ ଅତିଥି ଭାବେ ପ୍ରତାପ ପରିଡ଼ା ,ସରପଞ୍ଚ କ୍ଷୀର କାଣ୍ତୀ ପ୍ରଭୁତି ଯୋଗଦାନ କରିଥିଲେ । ଅତିଥି ଗଣ ଜା ହାନିଅଁl ପୀଠ ଭଳି ଏକ ପବିତ୍ର ସ୍ଥାନରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ଏହିଭଳି ଏକ ସାମ୍ବାଦିକ ମାନଙ୍କ ଆଲୋଚନା ଚକ୍ର ଆୟୋଜିତ କରିଥିବାରୁ ନିଜକୁ ଧନ୍ୟ ମଣିବା ସହ,ସାମ୍ବାଦିକ ମାନଙ୍କ ସମସ୍ୟା ଓ ତାହାର ସମାଧାନ , ରଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଟିପଣି ଦେବା ସହ,ସମସ୍ତ ଭେଦ ଭାବ ଭୁଲି ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ୱ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ ଅର୍ଜନ କରିଥିବା ୭ ଜଣଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶୋଭାକର ବେହେରା ।

ଦୁଃଶାସନ ନାୟକ ଅସ୍ତରଙ୍ଗ

You may have missed