ପେଟ ବିକଳ ନ ସହି ଦାଦନ ଖଟିବାକୁ ଯାଇ ଦୁଇ ଶ୍ରମିକ ମୃତ—
ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)
ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି
ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଳକର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଏକ ଶୋକମୟ ପରିବେଶରେ ସେମାନଙ୍କ ଶବ ଦାହ କରାଯାଇଛି l
ମହାରାଷ୍ଟ୍ର ର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନସିସି ଲିମିଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ପାଣି ଟାଙ୍କି ଭୁଶୁଡି ପଡିବାରୁ ସାତଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିଥିଲେ।ସାତ ଜଣଙ୍କ ମଧ୍ୟରୁ ବିହାର ରାଜ୍ୟର ଚାରିଜଣ ମୃତ୍ୟୁ ବରଣ କରିଥିବା ବେଳେ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକର ଜଣେ ଓ ଗଞ୍ଜାମ ବ୍ଲକର ଦୁଇଜଣ ମୃତ୍ୟୁ ବରଣ କରିଥିଲେ l ମୃତକ ହେଲେ ରବି ମହାଙ୍ଗୁଡ଼,ସୁଦାମ ବେହେରା।
ମୃତକ ରଵି ଗଞ୍ଜାମ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶ୍ଵଶୁର ଘରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହୁଥିଲେ l
ମୃତକ ରବି ଗତ ଦୁଇ ସପ୍ତାହ ତଳେ
ପୁନେ ଯାଇଥିଲେ କାମ କରିବାକୁ l
ତାଙ୍କର ଆର୍ଥିକ ସ୍ଥିତ ଭଲ ନଥିବାରୁ ସାଇକେଲରେ ଗାଁ, ଗାଁ ବୁଲି ବିଭିନ୍ନ ପ୍ରକାର ଟେସନାରୀ ଜିନିଷ ବିକ୍ରି କରୁଥିଲେ l ଏହା ସତ୍ତ୍ୱେ ଆର୍ଥିକ ଅନାଟନ ଲାଗିରହିଥିବାରୁ ପେଟ ର ଭୋକ କୁ ସମ୍ଭାଳି ନପାରି ସେ କାମ କରିବା ପାଇଁ ଗତ ଦୁଇ ସପ୍ତାହ ପୂର୍ବେ ଯାଇଥିଲେ କମ୍ପାନୀକୁ l ଦିନ କେଇଟାରେ ତାଙ୍କରି ସୁନାର ସଂସାର କ୍ଷଣକ ପାଇଁ ଭସ୍ମିଭୁତ ହୋଇଗଲା।ଚିରନିଦ୍ରାରେ ଶୋଇଗଲେ ଦୁଇ ଶ୍ରମିକ,ମୃତକ ରବିର ନଅ ବର୍ଷର ପୁଅଟି ଥିବା ବେଳେ,ବାର ବର୍ଷର ଝିଅଟି ରହିଛି l ସେହିପରି ଅନ୍ୟ ଜଣେ ମୃତକ ହେଲେ ସୁଦାମ ବେହେରା (୩୩) ତାଙ୍କ ଘର ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପାଲୁର ଗ୍ରାମ। ଛୋଟ ପୁଅ ଓ ଝିଅ ଅଛନ୍ତି l ତାଙ୍କର ମଧ୍ୟ ଆର୍ଥିକ ସ୍ଵଛଳତା ନଥିବାରୁ ସେ ମଧ୍ୟ ଗତ ଦୁଇ ସପ୍ତାହ ପୂର୍ବେ କାମ ପାଇଁ ପୁନେ ଯାଇଥିଲେ l ସେମାନେ ରହୁଥିବା ମେସରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଥିଲା l ସେଠାରେ ଗାଧୋଉଥିବା ସମୟରେ ଟାଙ୍କିଟି ଭୁଶୁଡି ପଡିଥିଲା ।ନିର୍ମାଣ ହେବାର ଏକ ସପ୍ତାହ ନପୁରୁଣ ଟାଙ୍କିଟି ଭୁଶୁଡି ପଡ଼ିଥିବା ଜଣାପଡିଛି l ଏହି ଘଟଣାଟି ଗତ ୨୪ ତାରିଖରେ ଘଟିଥିବା ବେଳେ ମୃତକଙ୍କ ଶବ ନିଜ ଗ୍ରାମକୁ ଆସିବା ପରେ ଏକ ଶୋକା କୁଳ ପରିବେଶରେ ଗ୍ରାମ ମଶାଣିରେ ଦାହା କରାଯାଇଥିଲା l କାମ କରୁଥିବା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ଦଶ ଲକ୍ଷ ଟଙ୍କା ଓ ଶୁଦ୍ଧି କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ମୃତକ ପରିବାରକୁ ଦିଆଯାଇଥିବା କହିଛନ୍ତି l
ଏହି ଘଟଣା ଘଟିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ଯାଇନଥିବା ବେଳେ, ବିଶେଷ କରି ଶ୍ରମ ବିଭାଗ ଅଧିକାରୀଙ୍କ ଦେଖାନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଅନ୍ୟ ପଟେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୃତ ଦୁଇ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି l