November 15, 2024

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ର ସୁଖୀ ଗାଁ ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁଖୀ ଗାଁ ୟୁଭି ୫୭ ଗସ୍ତ କରିଛନ୍ତି…….

Share

ଉମରକୋଟ:- ଉମରକୋଟ ବ୍ଲକ ସୁଖୀ ଗାଁ ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଖି ଗାଁ ୟୁ.ଭି. ୫୭ କୁ ହଠାତ୍ ଗସ୍ତ କରିଥଲେ। ଏହି ଗସ୍ତ କୁ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ସେ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ନିଆରା କାର୍ଯ୍ୟଶୈଳୀ ରେ ଚର୍ଚ୍ଚା ରେ ରହି ଆସୁଥିଲେ ହଠାତ କୌଣସି ବିଦ୍ୟାଳୟ କୁ ମନ୍ତ୍ରୀ ଯିବା କିଚିତ ଦେଖାଯାଏ ଆଜି ବିଦ୍ୟାଳୟ କୁ ଯିବା ପରେ ଛାତ୍ର ଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ମାନ୍ୟବର ମନ୍ତ୍ରୀ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିବା ସହ , ପୋଷାକ ପତ୍ର ସମ୍ପର୍କ ରେ ଆଲୋଚନା କରିବା ସହ ପାଠ ପଢା ସମ୍ପର୍କ ରେ ପଚାରି ବୁଝି ଥିଲେ। ଶିକ୍ଷକ ଙ୍କୁ ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଆସିବେ ତାହା ପ୍ରତି ଅଧିକ ଯତ୍ନବାନ ହେବା କୁ ପରାମର୍ଶଦେଇଛନ୍ତି,ମାନ୍ୟବରଗଣଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀ ଙ୍କ ପୋଷଣ ଅଭିଯାନ ଜରିଆରେ ମଧ୍ୟାହ୍ନ ଭୋଜନ ଠିକ ଭାବେ ମିଳୁଛି କି ନାହିଁ ସେ ନେଇ ପଚାରି ବୁଝିଥିଲେ। ଏଥି ସହ ବିଦ୍ୟାଳୟ ପରିସର କୁ ସଫା ସୁତୁରା ପରିଚ୍ଛନ୍ନତା ରଖିବାକୁ ପରାମର୍ଶ ଦେବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଦ୍ୟାଳୟ କମିଟି ସହ ଆଲୋଚନା କରିଥିଲେ। ।ଛାତ୍ରଛାତ୍ରୀ ମାନେ ଯେପରି ଉତ୍ତମ ପରିବେଶ ରେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।।ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ବେହେରା, ଶିକ୍ଷକ ନରେନ୍ଦ୍ର ପ୍ରଧାନ ଶିକ୍ଷକ ସପନ ଚନ୍ଦ୍ର ଦାସ ଶିକ୍ଷକ ଅର୍ଜୁନ ଭତ୍ରା ଶିକ୍ଷୟିତ୍ରୀ ଦିପିକା ବାରୀ ଶିକ୍ଷୟିତ୍ରୀ ଝୁନିମାମାଝୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିପଙ୍କର ବିଶ୍ଵାସ ଗ୍ରାମ ସଭାପତି ସୁଜିତ ବୈରାଗ, ବ୍ରଜେନ ବିଶ୍ଵାସ, ଗୈତମ ବାଲା , ରୁଗଧର ରାଜବଂଶୀ, ଓ ତପନ ସିଗଦାର ପ୍ରମୁଖ ଉପସ୍ଥିତ ରହିଥିଲେ।।