November 15, 2024

କ୍ଷେତରେ ଶୋଇଛି ସୁନାର ଫସଲ । ବର୍ଷା ଓ ପବନ ମାଡ଼ରେ ଗଜା ହୋଇଗଲାଣି ଧାନ । ବାତ୍ୟା ଦାନା ସିନା ଚାଲି ଯାଇଛି କିନ୍ତୁ ଚାଷୀଙ୍କ ପାଇଁ ବଢ଼ିଛି ଦୁର୍ଦ୍ଦଶା ।

Share

*କ୍ଷେତରେ ଶୋଇଛି ସୁନାର ଫସଲ । ବର୍ଷା ଓ ପବନ ମାଡ଼ରେ ଗଜା ହୋଇଗଲାଣି ଧାନ । ବାତ୍ୟା ଦାନା ସିନା ଚାଲି ଯାଇଛି କିନ୍ତୁ ଚାଷୀଙ୍କ ପାଇଁ ବଢ଼ିଛି ଦୁର୍ଦ୍ଦଶା । ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା।*

 

*କେନ୍ଦ୍ରାପଡ଼ା ରାଜକନିକାରେ ଉଜୁଡ଼ି ଯାଇଛି ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା । କିନ୍ତୁ ବାତ୍ୟା ମାଡ଼ରେ ଧାନ ଏବେ ନଷ୍ଟ ହେବାକୁ ବସିଛି । କେଉଁଠି ପାଣିରେ ଭାସୁଛି ତ ଆଉ କେଉଁଠି ପଚିବାରେ ଲାଗିଛି । ବିଲର ଏଭଳି ସ୍ଥିତି ଦେଖି ଚିନ୍ତାରେ ପଡ଼ିଛି ଚାଷୀ । ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । କିଛି ଦିନ ପୂର୍ବରୁ ଯେଉଁ କ୍ଷେତକୁ ଦେଖିଲେ ପେଟ ପୁରିଯାଉଥିଲା, ଆଜି ସେହି ସ୍ଥାନକୁ ଦେଖିଲେ ଆଖିରେ ଲୁହ ଆସିଯାଉଛି।*

 

*ବାତ୍ୟା ମାଡ଼ରୁ ବାଦ ପଡ଼ିନି ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲା । ଖୋର୍ଦ୍ଧାର ବୋଲଗଡ଼, ବେଗୁନିଆ, ଟାଙ୍ଗି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜର ଉଦଳା ଓ କପ୍ତିପଦା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ବର୍ଷକର ପରିଶ୍ରମ ପାଣିରେ ପଡ଼ିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ତେଣୁ କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ।*

 

*ବାତ୍ୟା ସିନା ଚାଲିଯାଇଛି କିନ୍ତୁ ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି । ଧାର କରଜ କରି ଅମଳ କରିଥିବା ଚଷା ପୁଅ ଏବେ କେମିତି ଋଷ ଶୁଝିବ ଓ ପରିବାର ପ୍ରତିପୋଷଣ କରିବ ତାକୁ ନେଇ ଚିନ୍ତା ବଢ଼ିଛି।*