November 15, 2024

ଗୋଲୋକ ପଲାଇଙ୍କୁ” ବୈଷ୍ଣବ ପାଣି  ନାଟ୍ଯକଳା ସମ୍ମାନ”।।

Share

ତିର୍ତ୍ତୋଲ

:-ତିର୍ତ୍ତୋଲ ଝଙ୍କଡ଼ ସାହିତ୍ଯ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଝଙ୍କଡରତ୍ନ ଗୋଲୋକ ବିହାରୀ ପଲାଇଙ୍କୁ କଟକ

ଶ୍ରୀରାମ ଚନ୍ଦ୍ର ଭବନରେ ‘ବୈଷ୍ଣବ ପାଣି

ନାଟ୍ଯକଳା ସମ୍ମାନ ‘ରେ ସମ୍ମାନିତ କରାଯାଇଛି!ଅଗ୍ରଣୀ ସାରସ୍ବତ ସଂଗଠନ ରାମକୃଷ୍ଣପୁର “ଜାହ୍ନବୀ ସାହିତ୍ଯ ସଂସଦ” ଆନୁକୂଲ୍ଯରେ ନାଟ୍ଯକାର ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜୟନ୍ତୀ ଅବସରରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା !ଏହି

ବର୍ଣାଢ଼୍ଯ ମଞ୍ଚରେ ମୁଖ୍ଯଅତିଥି ବିଶିଷ୍ଟ ସାହିତ୍ୟିକ ଡ.ମହେଶ୍ବର ମହାନ୍ତି ମୁଖ୍ଯବକ୍ତା ଡ.ସଂଗ୍ରାମ କେଶରୀ ସାମନ୍ତରାୟ, ବରେଣ୍ଯ ଅତିଥି ସୁଦର୍ଶନ

ପଟ୍ଟନାୟକ,ବିଶେଶ୍ଵର ମହାନ୍ତି ,

ପ୍ରାଧ୍ଯାପିକା ବୈଜୟନ୍ତୀମାଳା ଶତପଥୀ,

ଅନୁଷ୍ଠାନର ସମ୍ପାଦକ ଆଡଭୋକେଟ୍

ରାଜିବ ଷଡ଼ଙ୍ଗୀ ଓ ଉତ୍କଳ ସାହିତ୍ଯ

ସମାଜ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ ପ୍ରମୁଖ ଶ୍ରୀ ପଲାଇଙ୍କୁ ମାନପତ୍ର,

ସ୍ମୃତିଫଳକ,ପୁଷ୍ପଗୁଚ୍ଛ ଓ ଉପଢୌକନ

ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ସାରସ୍ବତ କ୍ଷେତ୍ରରେ ଶ୍ରୀ ପଲାଇ ଗଣକବିଙ୍କ ଗୀତିନାଟ୍ଯ ପ୍ରତି ଆକୃଷ୍ଟ

ହୋଇ ସର୍ବପ୍ରଥମେ ଗୀତ,ଗୀତିନାଟ୍ଯ

ଓ ନାଟକ ରଚନାରେ ବ୍ରତୀଥାଇ ଅନେକ

ସୃଷ୍ଟି ମଧ୍ଯରୁ ଗୀତିନାଟ୍ଯ ରାଜଜେମା,

କମଳିନୀ ,ଦେବଯାନୀ,ପଦ୍ମିନୀ,

ବିଲ୍ୱମଙ୍ଗଳ ,ମାମୁ ଆଣିଥିଲେ ମାଇଁକି

ପ୍ରମୁଖ ୧୪ ଗୋଟି ଓ ନାଟକ ନୀଳକଇଁ

ବିଭିନ୍ନ ରଙ୍ଗମଞ୍ଚରେ ସଫଳତାର ସହିତ

ମଞ୍ଚସ୍ଥ ହୋଇ ସୁନାମ ଅର୍ଜନ କରିଅଛି ।

ତାଙ୍କର ଏ ଗୌରବମୟ କୃତିତ୍ବ ପାଇଁ

ତିର୍ତ୍ତୋଲ ତଥା ଜଗତସିଂହପୁର ଜିଲ୍ଲାର

ଅନେକ ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ ନାଟ୍ଯକାର ଶ୍ରୀ ପଲାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

:- ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟନ୍ୟୂଜ ଉପାନ୍ତ ଖବର…..!!