September 27, 2026

ପଡ଼ିଆବାହାଲ ଆଞ୍ଚଳିକ ବରିଷ୍ଠ ନାଗରିକ କଲ୍ୟାଣ ମଞ୍ଚ ଗଠିତ ଆଶୁତୋଷ ପଣ୍ଡା ସଭାପତି, ଅଶୋକ ପୁରୋହିତ ସାଧାରଣ ସମ୍ପାଦକ

IMG-20260927-WA0055
Share

 

 

ସମ୍ବଲପୁର , ୨୭/୦୯: ବରିଷ୍ଠ ନାଗରିକଙ୍କ ଅଧିକାର, ସମ୍ମାନ, ସୁରକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଯୁଯୁମୁରା ବ୍ଲକ ଅନ୍ତର୍ଗତ ବାହାମ ପଞ୍ଚାୟତର ପଡ଼ିଆବାହାଲସ୍ଥିତ ଜୟ ଦୁର୍ଗା ଆଞ୍ଚଳିକ ପାଠାଗାର ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ‘ପଡ଼ିଆବାହାଲ ଆଞ୍ଚଳିକ ବରିଷ୍ଠ ନାଗରିକ କଲ୍ୟାଣ ମଞ୍ଚ’ ଗଠନ କରାଯାଇଛି।

 

ମଞ୍ଚର ସୁପରିଚାଳନା ପାଇଁ ସର୍ବସମ୍ମତିକ୍ରମେ ଆଶୁତୋଷ ପଣ୍ଡାଙ୍କୁ ସଭାପତି, ହରିହର ନାୟକଙ୍କୁ ଉପସଭାପତି, ଅଶୋକ କୁମାର ପୁରୋହିତଙ୍କୁ ସାଧାରଣ ସମ୍ପାଦକ, ଦିଗାମ୍ବର ଶାସିନୀଙ୍କୁ ସହସମ୍ପାଦକ ଏବଂ ରାଧାମୋହନ ଷଡ଼ଙ୍ଗୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।ସେହିପରି ଜନ୍ମାଜୟ ପଧାନ, ହୃଦାନନ୍ଦ ନାୟକ, ଭୋଜରାଜ ମେହେର, ହିମାଂଶୁ ପଣ୍ଡା, ସଞ୍ଜୀବ ପଣ୍ଡା, ସୁକାନ୍ତ ଶତପଥୀ, ରୋହିତ ମେହେର, ଜଗଦୀଶ ସାହୁ ଓ ଯଶୋବନ୍ତ ସିଂହଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି।ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ନିର୍ବାଚନ ପରିଚାଳନା କରିଥିଲେ। ନୂତନ କର୍ମକର୍ତ୍ତା ଚୟନ ପରେ ମଞ୍ଚର ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟପଦ୍ଧତି ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

 

ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା, ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ, ଅଧିକାର ସୁରକ୍ଷା ଓ ସାମାଜିକ ସମ୍ମାନ ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ମଞ୍ଚକୁ ଅଧିକ କାର୍ଯ୍ୟକ୍ଷମ ଓ ସକ୍ରିୟ କରିବା ସହ ବରିଷ୍ଠ ନାଗରିକଙ୍କ ସମସ୍ୟାଗୁଡ଼ିକୁ ସାମୂହିକ ଭାବେ ଉପସ୍ଥାପନ ଓ ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମତ ପ୍ରକାଶ ପାଇଥିଲା। ଏନେଇ ପରବର୍ତ୍ତୀ ବୈଠକ ଆସନ୍ତା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।

You may have missed