April 28, 2026

ପଶ୍ଚିମେଶ୍ୱରି ଯାତ୍ରା ଉପଲକ୍ଷେ “କହିଦେଲେ କଥା ସରିଯିବ ” ଅପେରାର ଷ୍ଟେଜ ପ୍ରଶିକ୍ଷଣ

IMG-20250927-WA0038
Share

 

ମାଁ ପଶ୍ଚିମେଶ୍ଵରୀ ଯାତ୍ରା ଉପଲକ୍ଷେ ରବିବାର ସନ୍ଧ୍ୟାରେ”କହିଦେଲେ କଥା ସରିଯିବ ” ସାମାଜିକ ଅପେରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଗ୍ରାମର ଯୁବକ ସଂଘ ପାଠାଗାର ଠାରେ କଳାକାର ବୃନ୍ଦ ଷ୍ଟେଜ ପ୍ରଶିକ୍ଷଣ ନେଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଜୟନ୍ତୀପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ପଶ୍ଚିମେଶ୍ଵରୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଉପଲକ୍ଷେ ମାଁ ପଶ୍ଚିମେଶ୍ଵରୀ ନାଟ୍ୟ ସଂଘ, ନେତାଜୀ ସୁବାଷ ସଂଘ , ଗ୍ରାମବାସୀ ଓ ଯୁବ ଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ବରିଷ୍ଠ ନିର୍ଦ୍ଦେଶକ ଦେବେନ୍ଦ୍ର ଶର୍ମାଙ୍କ ନିର୍ଦେଶନାରେ “କହିଦେଲେ କଥା ସରିଯିବ” ନାମକ ଏକ ସାମାଜିକ ଅପେରା ରବିବାର ଦିନ ଜୟନ୍ତୀପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅପେରାରେ ଗ୍ରାମର ଅମିତ କୁମାର ସାହୁ ମୁଖ୍ୟ ଅଭିନେତା ରହିଥିବା ବେଳେ ମୁନି, କୁନି ଓ ଟୁନି ମୁଖ୍ୟ ଅଭିନେତ୍ରୀ ଭୂମିକା ଗ୍ରହଣ କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ଅପେରାରେ ଗ୍ରାମର ଆଇ ବାଳକୃଷ୍ଣ ରେଡ଼ି,ଆଇ ଦୁର୍ଯ୍ୟୋଧନ ରେଡ଼ି, ଜନାର୍ଦ୍ଦନ ସାହୁ, ଗଣେଶ ସାହୁ ଓ ବାଲାଜୀ ପାଢ଼ୀ ପ୍ରମୁଖ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ନାଟ୍ୟର ଶୁଭାରମ୍ଭ କରିବା ନେଇ ଯୁବ ଗୋଷ୍ଠୀ ନିଷ୍ପତ୍ତି ନେଇଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରୁ ଡି ଶ୍ରୀନୁ, ସୁରେଶ ସେଠୀ, ଅଜିତ୍ କୁମାର ସାହୁ, ବାଳକୃଷ୍ଣ ପାଣିଗ୍ରାହୀ, ସୁଶାନ୍ତ ତ୍ରିପାଠୀ, ସୁରେଶ ସାହୁ,ମଧୁ ମହାରଣାଙ୍କ ସହିତ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି। (ଚିକିଟି ଶୁଭଶ୍ରୀ ପ୍ରଧାନ )