March 11, 2026

ପିଚୁକୁଳି କଲ୍ୟାଣୀ ମଣ୍ଡପରେ ଆମ ପୋଲିସ୍ କାର୍ଯ୍ୟକ୍ରମ। 

IMG-20250927-WA0028
Share

 

 

ବୋଲଗଡ,୨୭/୦୯(ଉପାନ୍ତ ଖବର):ଓଡିଶା ପୋଲିସ୍‌ର ଗାଁ-ଗାଁରେ ଲୋକଙ୍କ ସହ ଆତ୍ମୀୟ ସମ୍ପର୍କ ଦିନକୁ ଦିନ ଗଢି ତୋଳିବା ଉଦ୍ୟମ “ଆମ ପୋଲିସ୍” କାର୍ଯ୍ୟକ୍ରମ ଶନିବାର ଦିନ ବେଗୁନିଆ ଥାନା ପକ୍ଷରୁ ପିଚୁକୁଳି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା l ମୁଖ୍ୟ ବକ୍ତାଭାବେ ଉପ-ବିଭାଗୀୟ ପୁଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଓ ସମ୍ମାନିତ ଅତିଥିଭାବେ ବେଗୁନିଆ ଥାନା ଅଧିକାରି ଜ୍ୟୋତିପ୍ରକାଶ ପଣ୍ଡା ଏବଂ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ଯୋଗଦେଇଥିଲେ l ସେଥ‌ିପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ଅଟୋ ଚାଳକ ସଂଘ, ବୋଲଗଡ ବିଭିନ୍ନ ପ୍ରତିନିଧି, ବଣିକ ସଂଘ ବୋଲଗଡ ଓ ବରିଷ୍ଠ ନାଗରିକ ମାନଙ୍କ ସମେତ ବେଗୁନିଆ ଓ ବୋଲଗଡ ବ୍ଲକ ବିଭିନ୍ନ ଗ୍ରାମରୁ ବହୁ ଲୋକ ଆମ ପୋଲିସ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ଆମ ପୋଲିସ୍ ଯୋଜନାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ଗହଣ ଯୋଗ୍ୟ ସମ୍ଵେଷଣ, ଦାୟିତ୍ବବୋଧ, ଓ ସମ୍ପ୍ରଦାୟର ସ‌ହ ନିକଟ ସମ୍ପର୍କ ସ୍ଥାପନ କରିବା ଉପରେ ଆଲୋଚନା କରିଥିଲେ l ପ୍ରତ୍ୟେକ ଥାନା ସ୍ତରରେ ଲୋକମାନଙ୍କ ସହଯୋଗରେ ଅପରାଧ ନିବାରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ, ଓ ସାଇବର ଅପରାଧ ସଚେତନତା କରାଯାଇପାରିବ ବୋଲି ଶ୍ରୀ ଶର୍ମା ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସାଧାରଣ ଲୋକ ଓ ସଂସ୍ଥାଗତ ପ୍ରତିନିଧି ତାଙ୍କର ସୁପାରିଶ ମତାମତ, ଅଭିଯୋଗ ଓ ପ୍ରତିକ୍ରିୟା ଘୋଷଣା କଲେ l ଆମ ପୋଲିସ କାର୍ଯ୍ୟକ୍ରମ ଦ୍ୱାରା ପୋଲିସର -ଲୋକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି l ଆମ ପୋଲିସ କାର୍ଯ୍ୟକ୍ରମ କୁ ପିଚୁକୁଳି ସରପଞ୍ଚ ଜୟନ୍ତୀ ପ୍ରଧାନ ଏବଂ ପିଚୁକୁଳି ସମବାୟ ସମିତି ସଭାପତି ପବିତ୍ର ମୋହନ ମାଝୀ ସମସ୍ତ ଦାୟିତ୍ୱକୁ ପରିଚାଳନା କରିଥିଲେ l ପରିଶେଷରେ ବେଗୁନିଆ ଥାନା ଅଧିକାରି ଜ୍ୟୋତି ପ୍ରକାଶ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।