ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭାରୋତ୍ତଳନ ପ୍ରତିଯୋଗିତାରେ ସଫଳତା ରଚିଲା……….

ଉମରକୋଟ (ଏମ୍.ଦୀନା°ଶୁ ଆଚାରୀ):- ଉମରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଭଣ୍ଡାରୀଗୁଡାର +୨ କଳା ପ୍ରଥମ ବର୍ଷର ଦୁଇ ଛାତ୍ର ଆୟାନ ପ୍ରିୟଦର୍ଶୀ ମୁଦୁଲି ଓ ମାଧବ ସାନ୍ତା ବ୍ରହ୍ମପୁର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଣ୍ଡର – ୧୭ ବର୍ଗରେ ୮୦ କେ.ଜି ପାଇଁ ଆୟାନ ମୁଦୁଲି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଣ୍ଡର -୧୭ ବର୍ଗ ରେ ୫୬ କେ.ଜି ପାଇଁ ମାଧବ ସାନ୍ତା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦୁଇ ଛାତ୍ରଙ୍କ ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, କ୍ରୀଡା ନିରୀକ୍ଷକ ଶ୍ରୀ ପ୍ରଭାତ ପଟ୍ଟନାୟକ, ଭାରୋତ୍ତଳନ ପ୍ରତିଯୋଗିତାର ସଂଯୋଜକ ତଥା ବିଶିଷ୍ଟ କ୍ରୀଡା ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି, ଭରୋତ୍ତଳନର କୋଚ ଶ୍ରୀ ସଞ୍ଜୀବ ସାହୁ,ଉମରକୋଟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅସୀମ ବିଶ୍ୱାସ,ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବାବୁରାମ ସାହୁ, କ୍ରୀଡା ଶିକ୍ଷକ ଶ୍ରୀ ପରେଶ କୁମାର ମହାପାତ୍ର ଓ ଅଧ୍ୟାପକ ଶ୍ରୀ ରଞ୍ଜୀତ ମଜୁମଦାର, ଉମରକୋଟର ସୁପରିଚିତ କ୍ରୀଡା ଶିକ୍ଷକ ଏମ. ବିଜୟ କୁମାର ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ର ଦୁହିଁଙ୍କ ସଫଳତା ପାଇଁ ଉମରକୋଟ ସହରରେ ଖୁସିର ଲହରୀ ଖେଳିଯାଇଛି। ଆୟାନ ଙ୍କ ବାପା ଶ୍ରୀ ପ୍ରତାପ କୁମାର ମୁଦୁଲି,ମାତା ଶ୍ରୀମତୀ ଦୀପା ମୁଦୁଲି ଓ ମାଧବଙ୍କ ବାପା ଜାରିଆ ସାନ୍ତା, ମାତା ଲଷ୍ମୀ ସାନ୍ତା ପୁଅର ସଫଳତା ପାଇଁ ଖୁସି ବ୍ୟକ୍ତି କରିବା ସହ ବିଦ୍ୟାଳୟର ଅଧକ୍ଷ ଓ ଜିଲ୍ଲା କ୍ରୀଡା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।ନବରଙ୍ଗପୁର ଜିଲ୍ଲା କ୍ରୀଡା ବିଭାଗ ପ୍ରତିଯୋଗୀ ଦ୍ବୟଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛି। ଜାତୀୟ ସ୍ତରରେ ଅନୁରୂପ ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
