March 12, 2026

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ…….

IMG-20240927-WA0068
Share

 

ନବରଙ୍ଗପୁର ,

(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ-୨୦୨୪ ଉପଲକ୍ଷେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଦଶ ଗୋଟି ବ୍ଲକରେ ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଗର ପ୍ରତିଯୋଗିତା ପ୍ରଥମେ ଆୟୋଜନ କରାଯାଇଥିଲା l ଏଥିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ବର୍ଗର ପ୍ରତିଯୋଗିତା ଜିଲ୍ଲା ସଦର ମହକୁମାରେ ସ୍ଥିତ ପୌର ଉଚ୍ଚ ବିଦ୍ୟାଳୟ,ନବରଙ୍ଗପୁର ଠାରେ ଆୟୋଜନ କରାଯାଇଥିବାବେଳେ ମହାବିଦ୍ୟାଳୟ ବର୍ଗର ପ୍ରତିଯୋଗିତା ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିଲା l ଏହି କୁଇଜ୍ ପ୍ରତିଯୋଗିତାର ବିଦ୍ୟାଳୟ ବର୍ଗରେ ସାଇ ପଣ୍ଡା ପ୍ରଥମ, ସୁଜନ ସୁନ୍ଦର ଯାଦବ ଦ୍ଵିତୀୟ ଓ ବନସିଂ ପୂଜାରୀ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ମହାବିଦ୍ୟାଳୟ ବର୍ଗରେ ପ୍ରିୟଙ୍କା ନାୟକ ପ୍ରଥମ, ନୀଳକଣ୍ଠ ଜାନୀ ଦ୍ଵିତୀୟ ଓ ସୁରଭି ମାଝୀ ତୃତୀୟ ସ୍ଥାନ ହାସଲ କରିଥିଲେ l ଉଭୟ ବର୍ଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ତଥା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଘାସିଆ ହରିଜନ, ଭାରପ୍ରାପ୍ତ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଅଧ୍ୟାପକ ଶ୍ରୀ ଦିଲ୍ଲୀପ ହୋତା, ସମ୍ଭୂ ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ପୌର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ଵାରା ନଗଦ ପୁରସ୍କାର, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗିତା ଆୟୋଜନରେ ନବରଙ୍ଗପୁର ମହାବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପୌର ଉଚ୍ଚ ବିଦ୍ୟାଳୟ, ନବରଙ୍ଗପୁରର ପ୍ରଧାନ ଶିକ୍ଷୟତ୍ରୀ ମିନା ବାଗ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l