September 29, 2024

ନିପୁଣ ଓଡ଼ିଶା ମିଶନ ଶୁଭ ଉନ୍ମୋଚନ ଉତ୍ସବ

Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ନିପୁଣ ଓଡ଼ିଶା ମିଶନ ମାଧ୍ୟମ ରେ ୩ ରୁ ୮ ବର୍ଷ ମଧ୍ୟ ରେ ପାଠ ପଢୁଥିବା ପିଲାମାନେ ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ହାସଲ କରିବେ । ଅର୍ଥାତ୍ ପିଲାଟି ବୟସ ଅନୁପାତ ରେ ସହଜ ରେ ପଢ଼ିବ,ପଢ଼ିକରି ବୁଝିବ ଲେଖିବ ଗଣିତ କରିବ ଓ ଦୈନନ୍ଦିନ ଜୀବନର ସମସ୍ୟା କୁ ସମାଧାନ କରିବ । ଏହାଦ୍ବାରା ପିଲାଟି ଶ୍ରେଣୀ ଭିତ୍ତିକ ଶିକ୍ଷଣ ଫଳାଫଳ କୁ ସହଜ ରେ ହାସଲ କରି ପାରିବ ।ଆଜି ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ପଦ୍ମପୁର ବ୍ଲକ ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏହି ସଭାରେ ସଭାପତି ଭାବେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇ ଯୋଗ ଦେଇ ଥିଲେ। ଅତିଥି ଭାବରେ NAC ଚେୟାରମେନ ସାବିତ୍ରୀ ବାଗ , NAC EO ରାମଚନ୍ଦ୍ର ମାଝୀ , ICDS supervisor ପ୍ରାଚୀ ମିଶ୍ର, ABEO ଶିବ ପ୍ରସାଦ ଯୋଶୀ , ଭେଉଁରୀଆ ସରପଞ୍ଚ ଶ୍ରୀ ଚୈତନ୍ୟ ଲୁହାର ଯୋଗ ଦେଇ ଥିଲେ । ଏହି ସଭାରେ ଅଙ୍ଗନବାଡ଼ି କର୍ମୀ ଓ ସ୍ଵୟଂସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ ।ଏହି ସଭାରେ ନିପୁଣ ଓଡ଼ିଶା ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।