March 10, 2026

ଦହିଗାଁ ଠାରେ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

IMG-20240927-WA0063
Share

 

 

ପଦ୍ମପୁର.:- 27/09(ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ଡ ଦହିଗାଁ ସ୍ଥିତ ଦହିଗାଁ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି l ସି. ଆର. ସି. ସି, ସଞ୍ଜୟକୁମାର ପଟେଲଙ୍କ ସଂଯୋଜନାରେ ସଂଗୀତ, ନୃତ୍ୟ, ବାଗ୍ମୀତା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା l ମଧ୍ୟାହ୍ନ ବିରତି ପରେ ସୁରଭି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ଡୋଳାମଣୀ ଦାଶ, ସମ୍ମାନିତ ଅତିଥି ଈଶ୍ୱର ଭୋଇ, ଶିକ୍ଷାବିତ ସନାତନ ଭୋଇ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ଓ ତାଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ରାଜେନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ, ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଲମଣି ପ୍ରଧାନ, ଭୀଷ୍ମଦେବ ବାରିକ ସହଯୋଗ କରିଥିଲେ l ନାରାୟଣ ପାଣ୍ଡେ ଧନ୍ୟବାଦ ପ୍ରଦାନ କରିଥିଲେ l