March 12, 2026
IMG-20240927-WA0053
Share

କାଶୀନଗର (ରାଧାନାଥ ଚୌଧୁରୀ )କାଶୀନଗର ସାମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଆନୁକୂଲ୍ୟରେ ଏହି ମାସ ଏକ ତାରିଖ ରୁ ତିରିଶି ତାରିଖ ଯାଏଁ ଚାଲୁ ରହିଥିବା ପୋଷଣ ମାସ ପାଳିତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ଏଠାରେ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରେ ଶିଶୁ ମାନଙ୍କ ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ଯେଉଁ ସବୁ ଯୋଜନା ଅଛି ସେ ସବୁ ତାଙ୍କ ନିକଟରେ ପହଂଚି ପାରିବ ତାକୁ ପ୍ରାଧାନ୍ୟ ଦିଆଯାଇ ସିଡିପିଓ କାର୍ଯାଳୟ ମଧ୍ୟରେ ଗର୍ବବତୀ ମା, ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପୋଷଣ ତତ୍ୱ ଥିବା ଖାଦ୍ୟ ପରିବେଷଣ କରାଯାଇଥିଲା. ଏହାପରେ ଗର୍ଭବତୀ ମା ମାନଙ୍କୁ ନେଇ ସ୍ୱାଦ ଖିଆ ଦିବସ ପାଳନ କରି ନିଜେ ସ୍ୱଚ୍ଛ ରହିବା ସହ ନିଜର ପାରିପାର୍ଶ୍ଵ ମଧ୍ୟ ସ୍ୱଚ୍ଛତା ରଖିବା ପାଇଁ ସିଡିପିଓ କନକ ଲତା ପୂଜାରୀ ସେମାନଂକୁ ଶପଥ ପାଠ କରାଇ ଥିଲେ.ଛଅ ମାସ ର ଶିଶୁ ମାନଙ୍କୁ ନେଇ ଅନ୍ନ ପ୍ରସନ୍ନ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା. ସେହିପରି ସିଡିପିଓ କାର୍ଯ୍ୟାଳୟ ଚତୁଃପାର୍ଶ୍ୱରେ “ଗୋଟିଏ ଗଛ ମାଁଙ୍କ ନାମରେ” କାର୍ଯ୍ୟକ୍ରମ ମାଧ୍ୟମରେ ସିଡିପିଓ ଙ୍କ ଉପସ୍ଥିତିରେ ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ବୃକ୍ଷ ରୋପଣ କରିବା ପରେ ପୋଷଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥବା ଅଙ୍ଗନାୱାଡି ମା ମାନଙ୍କୁ ମାନପତ୍ର ବାଣ୍ଟି ଥିଲେ. ପୋଷଣ ମାସ ପାଳନ ଅବସରରେ ଅଙ୍ଗନାୱାଡି କର୍ମୀ ମାନଙ୍କୁ ନେଇ ଜନ ସଚେତନ କରିବା ପାଇଁ ଏକ ରାଲି ମଧ୍ୟ ପରିଭ୍ରମଣ କରିଥିଲା.