November 26, 2024

ମୁଖ୍ୟମନ୍ତ୍ରୀଙ୍କ ଅବିକଳ ଚେହେରା ଦେଖିବାକୁ ଲୋକେ ଚକିତ |ଚା ଦୋକାନ ରେ ପ୍ରବଳ ଭିଡ଼ …

Share

ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି ଅବିକଳ ଚେହେରା ନେଇ ଜଣେ ବ୍ୟକ୍ତି ବର୍ତମାନ ଚର୍ଚ୍ଚାରେ । ଜଗତସିଂହପୁର ଅଞ୍ଚଳର ଉମେଶ କୁମାର ସାହୁ ଶ୍ରଦ୍ଧା ରେ କାହ୍ନା ବୋଲି ସମସ୍ତେ ଡାକନ୍ତି | ଜଗତସିଂହପୁର ନିର୍ବାଚନ ମଣ୍ଡଳି ପୁନଙ୍ଗ ପଞ୍ଚାୟତ ରେ ଉମେଶ କୁମାର ସାହୁ ଙ୍କ ଘର | ଚା ଦୋକାନ କରି ପରିବାର ଭରଣ ପୋଷଣ କରେ | ପ୍ରଥମ ରୁ ଉମେଶ ବିଜେପି ଦଳର ଦୃଢ଼ ସମର୍ଥକ |ଚଳିତ ନିର୍ବାଚନ ରେ ବିଜେପି ପ୍ରାଥୀ ଅମରେନ୍ଦ୍ର ଙ୍କୁ ଜିତାଇବାରେ ଉମେଶ ଙ୍କ ର ଯଥେଷ୍ଟ ଭୁମୁକା ରହିଛି | ଉମେଶ ର ବେଶଭୁଷା ଓ ଚେହେରା ଓ ରଙ୍ଗ ଢ଼ଙ୍ଗ ଚାଲି ଚଲଣ କୁ ଦେଖିଲେ ଲାଗୁଛି ସତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲା କୁ ଆସିଛନ୍ତି ଜାହା ଅବିକଳ ଚେହେରା ମୁଖ୍ୟମନ୍ତ୍ରୀ ଙ୍କ ସହିତ ମିଶି ଯାଉଛି । ଯେତେବେଳେ ଉମେଶ ଘରୁ ପଦାକୁ ମୁଖ୍ୟମନ୍ତ୍ରୀ ଙ୍କ ଭଳି ସାଜସୁଜା ହୋଇ ବାହାରି ପଡ଼ନ୍ତି ସେତେବେଳେ ଲୋକଙ୍କ ଭିଡ଼ ଜମୁଛି ।ସହ ସହ ଲୋକ ଉମେଶ ଙ୍କ ସହିତ ସେଲ୍ଫି ଉଠଉଛନ୍ତି । ଉମେଶ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ।ଯିଏ ବି ଦେଖୁଛି ଭ୍ରମରେ ପଡି ଯାଉଛି ।

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.