September 29, 2024

ଉମରକୋଟ ବ୍ଲକ ଅନ୍ତର୍ଗତ କେଶରିବେଡା ରେ “ଓଡ଼ିଶା ର ପୁରାତନ ନିଆରା ଲୋକ କଳା ବିଶ୍ଵ ବିଦିତ, ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ “………..

Share

ଉମରକୋଟ ,୨୭/୯/୨୪ (ଏମ୍.ଦିନା°ଶୁ ଆଚାରୀ) ଚଳିତ ବର୍ଷ ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ପଞ୍ଚାୟତ ଅଧିନସ୍ଥ କେଶରୀବେଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ଉଚ୍ଚ ବିଦ୍ୟାଳୟ କୋପେନା ପରିସରରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଛି।ଚଳିତ ବର୍ଷ “ଓଡ଼ିଶା ର ଲୋକକଳା “ଶୀର୍ଷକ ଏକ ଦିବସୀୟ ଏହି କାର୍ଯ୍ୟକ୍ରମ କୁ ତାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନୋଜ ମଣ୍ଡଳ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ଏହି କାର୍ଯ୍ୟ କ୍ରମ ରେ କ୍ଲଷ୍ଟର ର ୧୫ ଟି ବିଦ୍ୟାଳୟ ରୁ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସନ୍ଧ୍ୟା ରେ କେଶରୀବେଡା ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ମୋତିରାମ ଗଣ୍ଡଙ୍କ ସଭାପତିତ୍ବ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ଚାନ୍ଦାହାଣ୍ଡି ର ଗୋଷ୍ଟି ଶିକ୍ଷାଧିକାରୀ ଉଗ୍ରସେନ ନାୟକ ଯୋଗଦେଇ ଆମ ଲୋକ କଳା ଆମ ପରିଚୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ସାନଖଡକା ର ସି ଆର ସି ସି, ରାଜେନ୍ଦ୍ର ଭାତ୍ରା ଯୋଗ ଦେଇ ଓଡ଼ିଶାର ପୁରାତନ ଲୋକ କଳା ,ସାହିତ୍ୟ ,ସଂସ୍କୃତି ,କିଭଳି ସାରା ବିଶ୍ୱରେ ଆମକୁ ସ୍ଵତନ୍ତ୍ର ଭାବେ ପରିଚିତ କରିଛି ସେ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ କୋପେନା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ପର୍ଶୁରାମ ଗଣ୍ଡ ,ସମିତିସଭ୍ୟ ପ୍ରତିନିଧି ଦେବୀସିଂ ପୂଜାରୀ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୁଞ୍ଚୁ ଭତ୍ରା , କୋପେନା ଉଚ୍ଚ ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର ଗଣ୍ଡ ,ସି ଆର ସି ସି, ଧନୁର୍ଜୟ ରାଓ,ଚୌବନ ସାହୁ ,ବୈଷ୍ଣବ ଚରଣ ସେଠୀ, ଇଶ୍ଵର ଚନ୍ଦ୍ର ସ୍ୱାଇଁ, ସମୀର କୁମାର ଗନ୍ତାୟତ ,ସନ୍ତୋଷ କୁମାର ସାହୁ,ହେମନ୍ତ କୁମାର ସାହୁ,ବଙ୍କିମ ଚନ୍ଦ୍ର ଦାସ ,ସତ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟ ଅତିଥି କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କ୍ଲଷ୍ଟର ପକ୍ଷରୁ ଶ୍ରେଷ୍ଟ ଶିକ୍ଷକ/ଶିକ୍ଷୟତ୍ରୀ ୨୦୨୪ ଭାବେ ୫ ଜଣଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଚଳିତ ବର୍ଷ ଶ୍ରେଷ୍ଟ ବିଦ୍ୟାଳୟ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସୋଡାପାରା କୁ “ଗ୍ରୀନ ଇନୋଭେଶନ ଆୱାର୍ଡ଼ “ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମ ପରିଚାଳନା ରେ ବରିଷ୍ଟ ଶିକ୍ଷକ ଲକ୍ଷ୍ମଣ ସରକାର ,ଅନନ୍ତ ଚରଣ ସେନାପତି, ସଦାନନ୍ଦ ମିର୍ଦ୍ଧା ,ବିଶ୍ୱଦେବ ନାୟକ ,ସନ୍ତୋଷ ବାରିକ , ବୀରସିଂ ପରଜା , ପଞ୍ଚୂରାମ ଗଣ୍ଡ ,ପିତାମ୍ବର ମାଳି,ରାମଚନ୍ଦ୍ର ସାମଲ ,ସୁନୀଲ ବିଶ୍ଵାଳ ,ବିଶ୍ରଦ ବିଶ୍ଵାଳ ,ବୁଲୁ ସ୍ୱାଇଁ ,ଧନୀରମ ଭତ୍ରା,କିରଣ ସାହୁ ,ଦେବାଶିଷ ଧଳ,ଶିକ୍ଷୟତ୍ରୀ ତୃପ୍ତିରାଣୀ ପ୍ରଧାନ,ମିଳି ହାଲଦାର,ପ୍ରୀତି ରାଣୀ ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।