November 26, 2024

ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ବ ପର୍ଯ୍ୟଟନ ଦିବସ- ୨୦୨୪ ପାଳନ

Share

 

ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ପର୍ଯ୍ୟଟନ ଦିବସ-୨୦୨୪ ପାଳିତ ହୋଇ ଯାଇଛି ।

ପ୍ରଥମେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପସ୍ଥିତ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ପର୍ଯ୍ୟଟନ ଅଧିକାରୀ (ଭାରପ୍ରାପ୍ତ) ଶ୍ରୀ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ କହିଥିଲେ ଯେ , ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ଶିଳ୍ପର ସୁରକ୍ଷା କରାଯିବା ସହ ଏହାକୁ ସଫା ରଖିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।ଏଥି ସହ ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ସାମାଜିକ , ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ଅଗ୍ରଗତି ଉପରେ କହିବାକୁ ଯାଇ କହିଥିଲେ ଯେ, ଜିଲ୍ଲାରେ ୧୭ ଗୋଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ରାଜ୍ୟ ସରକାର ୧୬ ଗୋଟି ପର୍ଯ୍ୟଟନ ସ୍ଥଳର ବିକାଶ ନିମନ୍ତେ ଅନୁଦାନ ପ୍ରଦାନ କରିଛନ୍ତି। ଏଥି ମଧ୍ୟରୁ ଗୋଟିଏ ପର୍ଯ୍ୟଟନ ସ୍ଥଳୀ ଯଥା:- ବୌଦ୍ଧ ମନ୍ଦର , ଚନ୍ଦ୍ରଗିରିରି କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅନ୍ୟ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଏହି ଅବସରରେ , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ , “ପର୍ଯ୍ୟଟନ ଏବଂ ଶାନ୍ତି” ଉପରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା ।

ଏହି କୁଇଜ୍ ପ୍ରତିଯୋଗିତାରେ ସହର ଏବଂ ପାଖ ଅଞ୍ଚଳର ପ୍ରାୟ ୧୮ ଗୋଟି ଶିକ୍ଷାନୁଷ୍ଠାନ (ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ) ରୁ ୮୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ମଧ୍ୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା-୨୦୨୩ ରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା।

ଜିଲ୍ଲାର କିଛି ପର୍ଯ୍ୟଟନ ପ୍ରେମୀ ଏବଂ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନଙ୍କର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ତାଙ୍କ ବକ୍ତୃତାରେ କହିଥିଲେ ଯେ , ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀରେ କିପରି ଉନ୍ନତି ହେବ ତା ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦେଲେ ଜିଲ୍ଲାକୁ ଅଧିକ ପର୍ଯ୍ୟଟକ ଆସି ପାରିଥାନ୍ତେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଶ୍ରୀ ସନ୍ତୋଷ କୁମାର ନାୟକ , ଡ଼େପୁଟି କଲେକ୍ଟର (ଏମାର୍ଜେନ୍ସି) ଶ୍ରୀ କମଳକାନ୍ତ ପଣ୍ଡା , ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଅମିତ ନାୟକ , ପୂର୍ବତନ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ , ଗଜପତି ଶ୍ରୀ ରାମଚନ୍ଦ୍ର ପାଢୀ ଏବଂ ସହାୟକ ଶ୍ରୀ ସୁଧିର କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.