September 29, 2024
Share

 

୧-ଭୁବନେଶ୍ୱର:ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ଧନ୍ଦାମୂଳକ ଶିକ୍ଷାରୁ ପାଠ କମିବ, ୨୦% ପାଠ ବାଦ୍ ପଡ଼ିବ।

 

୨-ଦଶହରା ଉତ୍ସବକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ରାସ୍ତା ଉପରେ ତୋରଣ ମନା,ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ।

 

୩-୮୦ ଟଙ୍କା ତଳକୁ ନାହିଁ ପରିବା କେଜି।ଆକାଶ ଛୁଆଁ ପରିବା ଦର।

 

୪-ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ, ଚାଲୁ ରହିବ ଆନ୍ଦୋଳନ।

 

୫-ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ, ଓଡିଶାକୁ ମିଳିଲା ଦ୍ବିତୀୟ ସ୍ଥାନ।

 

୬-ଭୁବନେଶ୍ୱର:ଚିକିଟି ମଦମୃତ୍ୟୁର ତଦନ୍ତ ୨ମାସ ଭିତରେ ସାରିବାକୁ ନିର୍ଦେଶ।

 

୭-ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍,ମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ଏବେ।

 

୮-ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର।

 

୯-ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ।

 

୧୦-ଓଡିଶା ଉପରେ ଏକ ଟ୍ରପ୍ ଲାଇନ୍, ଆସନ୍ତା ୨୪ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା।

 

୧୧-ଅକ୍ଟୋବର ୨ରୁ ବିଜେଡିର ସଦସ୍ୟତା ସଂଗ୍ରହ, ଏଥର କୋଟିଏ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ।

 

୧୨-ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ, ୪୩ ବ୍ଲକକୁ ମିଳିଲେ ନୂଆ ଅଧିକାରୀ।

 

୧୩-ପୁତ୍ରହନ୍ତା ବାପାକୁ ଆଜୀବନ କାରାଦଣ୍ଡାଦେଶ, ଦଣ୍ଡ ଶୁଣାଇଲେ ବାଲେଶ୍ଵର ଓପିଆଇଡି କୋର୍ଟ।

 

୧୪-ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷିତ, ବିଭିନ୍ନ ବର୍ଗରେ ସମ୍ବର୍ଦ୍ଧିତ ହେବେ ୧୬ ଜଣ ବୈଜ୍ଞାନିକ।

 

୧୫-ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଉଧାର ମାତୃତ୍ୱ ଓ ପିତୃତ୍ୱ ପାଇଁ ମିଳିବ ଛୁଟି।ଏଥିପାଇଁ ସେମାନଙ୍କୁ ୧୮୦ ଦିନର ଛୁଟି ମିଳିବ।

 

୧୬-ନୂଆଦୀଲ୍ଲୀ :୫ରେ ମିଳିବ କିଷାନ ଯୋଜନାର ୧୮ ତମ କିସ୍ତି।

 

୧୭-ବିଜେପିର ପଞ୍ଚାୟତ ନିର୍ବାଚନ କସରତ । ଓଡିଶା ଗସ୍ତରେ ଆସି ବିଜେପି ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନଡ୍ଡା।

 

୧୮-ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ।

 

୧୯-ଲଗାଣ ବର୍ଷାରେ ସୂର୍ଯ୍ୟ ମନ୍ଦିରରେ ଆଣ୍ଠୁଏ ପାଣି।ପମ୍ପସେଟ୍ କରାଯାଇ ପାଣି ନିଷ୍କାସନ ପାଇଁ ଚେଷ୍ଟା ଜାରି।

 

୨୦-ମୋହନା:ବାଇକରେ ଆସିଲେ, ୫ କେଜି ରୁପା ଅଳଙ୍କାର ସହ ୭୦ ହଜାର ଟଙ୍କା ନେଇ ଛୁ ମାରିଲେ।

 

୨୧-ପାରାଦ୍ଵୀପ:ସମୁଦ୍ର ଭିତରେ ଫସିଗଲା ୨ ଡଙ୍ଗା, ଆଶା ଆଶଙ୍କାରେ ୧୪ ମତ୍ସ୍ୟଜୀବୀ

 

୨୨-ନିଶ୍ଚିନ୍ତକୋଇଲି:ବାର ଉପରେ ଅବକାରୀ ବିଭାଗର ଚଢ଼ାଉ, ନକଲି ବିଦେଶୀ ମଦ ଜବତ, ୫ ଗିରଫ।

 

୨୩-ୟୁଟ୍ୟୁବର ଏଲଭିସ୍ ଯାଦବ ଓ ପଞ୍ଜାବୀ ଗାୟକ ଫାଜିଲପୁରିୟାଙ୍କ ୫୫ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲେ ED।

 

୨୪-ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କଲେ କେନ୍ଦ୍ର ସରକାର।

 

୨୫-ପାଣିରେ ଉବୁଟୁବୁ ମୁମ୍ବଇ, ସ୍କୁଲ କଲେଜ ବନ୍ଦ, ରେଳ ଓ ବିମାନ ସେବା ପ୍ରଭାବିତ।

 

୨୬-ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ।

 

*🙏 ସୁପ୍ରଭାତ 🙏*