November 26, 2024

ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ: କୁ-ପୋଷଣ ଦୂର ଉଦେଶ୍ୟରେ ସାମୁହିକ ସଚେତନତା ପାଇଁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

Share

 

 

ବରଗଡ : ୨୫.୦୯.୨୦୨୪(ଜୟନ୍ତ କୁମାର ସେଠ)ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନର ଶୁଭରମ୍ବ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ସମସ୍ତ ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ସେଥିପ୍ରତି ଯଥା ସମ୍ଭବ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୁଝାଇ ଉତ୍ତମ ପୋଷଣ – ସୁସ୍ଥ ଜୀବନ, ରକ୍ତହୀନତା, ଏହାର ପରୀକ୍ଷା ଏବଂ ଚିକିତ୍ସା ବିଷୟରେ ଆଲୋଚନା କରିବା ସହ ପୋଷଣ ମାସ ପାଳନର ମୁଖ୍ୟ ଉଦେଶ୍ୟ ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧକାରୀ ଶ୍ରୀମତୀ ସନ୍ଧ୍ୟାରଣୀ ନେପାକ ଆଲୋଚନା କରିଥିଲେ । ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ପାରିପାର୍ଶ୍ବକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା ଏବଂ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇ ଲୋକଙ୍କୁ ସଚେତନ କରିବା ପାଇଁ ସମସ୍ତ ଆଶା , ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜର ଯଥେଷ୍ଟ ଯତ୍ନବାନ ହେବାପାଇଁ ମଞ୍ଚାସୀନ ସମ୍ମାନିତ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମି ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି, କୁଇଜ୍, ଡିବେଟ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅୟୋଜନ କରି କୃତି ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମଙ୍କୁ ପୁରଷ୍କୃତ କରିବା ସହ ପୋଷଣ ସଚେତନତା ବିଷୟବସ୍ତୁ ଅଧାରିତ ସଂସ୍କୃତିକ କର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ଏବଂ ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି କର୍ମୀଙ୍କ ସମତେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଶନ୍ନ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ଜଳବିଭାଜିକା ଏପିଡି ଶ୍ରୀମତୀ ସୌଭ୍ୟାରଣୀ ବେହେରା, ପଷୋଣ ବିଶେଷାଜ୍ଞା ଶ୍ରୀମତୀ ଖୁସବୁ ଅଗ୍ରୱାଲ, ଶ୍ରୀ ଅର୍ନ ଡିପିସି ଶ୍ରୀ ନାରାୟଣ ପାଣିଗ୍ରାହୀ ଏବଂ ଏସିଏଫ ଶ୍ରୀ ହରମୋହନ ରଥ ଉପସ୍ଥିତ ଥିଲେ ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.