June 26, 2024

ବାଲିପଦରରେ ଦୂର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Share


ବୁଗୁଡ଼ା : ତା ୨୭/୦୯/୨୩ : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ପୂଜା କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୨୦ ତାରିଖ ଦିନ ମା’ ଦୂର୍ଗାଦେବୀଙ୍କ ଷଷ୍ଠୀ ପୂଜା ଉପଲକ୍ଷେ ଆଜି ବାଲିପଦର ବସଷ୍ଟାଣ୍ଡଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପୂଜା କମିଟି ସମେତ ଗ୍ରାମବାସୀମାନେ ବାଦ୍ଯ ବାଜଣା ଓ ବାଣ ପଟୁଆର ସହ ଏକ ଶୋଭାଯାତ୍ରାରେ ବାହାରି ନୀଳକଣ୍ଠ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା ପରେ ନଗର ଭ୍ରମଣ ପୂର୍ବକ ମା’ଙ୍କ ପୂଜା ମଣ୍ଡପସ୍ଥଳରେ ଶୁଭଖୁଣ୍ଟିକୁ ସ୍ଥାପନ କରିଥିଲେ । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ବଳରାମ ତ୍ରିପାଠୀ ଯୋଗ ଦେଇଥିଲା ବେଳେ କର୍ତ୍ତା ଭାବେ ତ୍ରିନାଥ ସାସମଲ ଦାୟିତ୍ବ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ସଞ୍ଜୟ ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ନାରାୟଣ ସାମନ୍ତରା ପରିଚାଳନା କରିଥିବା ବେଳେ ଉପଦେଷ୍ଟା ମହେନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ଯ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।