June 26, 2024

ଇତିହାସ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Share


ବୁଗୁଡ଼ା : ତା ୨୭/୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ଇତିହାସ ବିଭାଗ ପକ୍ଷରୁ +୩ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ, ସମ୍ମାନିତ ଅତିଥି ଭାବେ ଆଇକ୍ୟୁଏସି ସହ-ସଂଯୋଜକ ଅଧ୍ଯାପକ ଆତ୍ମପ୍ରକାଶ ନାୟକଙ୍କ ସମେତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ଦାଶ , ଅଧ୍ୟାପିକା ସସ୍ମିତା ସାହୁ ଓ ଅଧ୍ଯାପକ ରବିନ୍ଦ୍ର ନାଥ ପୋଲାଇ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପରିଚୟ ଗ୍ରହଣ ସହ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥି ସହ ନୂତନ ଛାତ୍ରଛାତ୍ରୀଙ୍କୁ କଲେଜର ନୀତିନିୟମକୁ ମାନି ନିୟମିତ ଉପସ୍ଥାନକୁ ଧ୍ୟାନ ଦେଇ ପାଠ୍ୟ ଖସଡାକୁ ଅନୁସରଣ ପୂର୍ବକ ପରୀକ୍ଷାରେ ସଫଳତା ସାଙ୍ଗକୁ ଭବିଷ୍ୟତର ଲକ୍ଷ୍ୟ ପ୍ରାପ୍ତି ସକାଶେ ନିଷ୍ଠାର ସହ ଅଧ୍ୟୟନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏଥି ସହ କଲେଜରେ ଶୃଙ୍ଖଳା ରକ୍ଷା ସାଙ୍ଗକୁ ପାଠ୍ୟ ପୁସ୍ତକ ଅଧ୍ୟୟନ ପୂର୍ବକ ସମୟର ସଦୁପଯୋଗ ପ୍ରତି ଗୁରୁତ୍ବ ଦେବାକୁ ମଧ୍ୟ ପରାମର୍ଶ ଦିଆଯିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରାଯାଇଥିଲା । ପରିଶେଷରେ ଛାତ୍ରୀ ବର୍ଷାରାଣୀ ସ୍ବାଇଁ ସମାପନ ସଙ୍ଗୀତ ଗାନ କରିଥିଲେ ।