June 26, 2024

ସରକାରୀ ଉଚ ବାଳକ ବିଦ୍ୟାଳୟ ରେ ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର

Share

କୋରାପୁଟ ଜିଲ୍ଲା କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ତୃଣମୂଳ ସ୍ତରରେ ଜୁନିୟର ରେଡ୍ କ୍ରସ୍ ର କ୍ରିୟାନ୍ଵୟନ ପାଇଁ ଏକ ଦିବସୀୟ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର କୋଟପାଡ଼ ଓ ବୋରିଗୁମ୍ମା ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ରେଡ଼କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଭୀମ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡ଼କ୍ରସ ର ସମ୍ପାଦକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ଏବଂ ସମ୍ମାନୀତ ଅତିଥି ଭାବେ କୋଟପାଡ଼ ବ୍ଲକ ଶିକ୍ଷା ଅଧିକାରୀ ତିଳୋତ୍ତମା ଗରଡ଼ା, ବିଦ୍ୟାଳୟ ର ମୋ ସ୍କୁଲ ସଭାପତି ଗଣେଶ ଚନ୍ଦ୍ର ପଣ୍ଡା ଏବଂ ଶ୍ରୀଯୁକ୍ତ ସୁଧୀର ମହାନ୍ତି ସଭା ମଣ୍ଡନ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡାଙ୍କ ପରୋକ୍ଷ ତତ୍ତ୍ଵାବଧାନ ରେ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ନନ୍ଦ ଜିଲ୍ଲା ସାଧନକର୍ମୀ ଯୋଗଦାନ କରି କୋଟପାଡ଼ ଓ ବୋରିଗୁମ୍ମା ବ୍ଲକ୍ ର ୩୭ ଜଣ ପରାମର୍ଶ ଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ରେଡକ୍ରସ୍ ର ପ୍ରତିଷ୍ଠାତାଙ୍କ ଜୀବନୀ, ରେଡକ୍ରସ୍ ର ଉତ୍ପତ୍ତି ,ଜୁନିୟର ରେଡକ୍ରସ ର ଉତ୍ପତ୍ତି , ସାମ୍ପ୍ରତିକ ସ୍ଥିତିରେ ସ୍ବେଛାସେବୀମାନଙ୍କ ସମାଜ ପାଇଁ ଆବଶ୍ୟକତା ଏବଂ ବିଦ୍ୟାଳୟ ସ୍ତରରେ ଏହାର ସକ୍ରିୟ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ସାଧନକର୍ମୀ ଶ୍ରୀଯୁକ୍ତ ସୁଜିତ୍ କୁମାର ନାୟକ ବିପର୍ଯ୍ୟୟ ପରିଚାଳନା ଉପରେ ଅବଗତ କରାଇଥିଲେ ।ପ୍ରାଥମିକ ଉପଚାର ଉପରେ ସାଧନକର୍ମୀ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ନନ୍ଦ ସକ୍ରିୟାତ୍ମକ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ଶ୍ରୀ ସୌମ୍ୟ ରଞ୍ଜନ ରଥ ଜୁନିୟର ରେଡ଼କ୍ରସ ସଂଯୋଜକ କୋଟପାଡ଼ ଓ ଶ୍ରୀଯୁକ୍ତ ବାଳ କୃଷ୍ଣ ଷଡ଼ଙ୍ଗୀ ଜୁନିୟର ରେଡ଼କ୍ରସ ସଂଯୋଜକ ବୋରିଗୁମ୍ମା,ସଂଯୋଜନା କରିଥିଲାବେଳେ ବିଦ୍ୟାଳୟର ପୂର୍ବତନ ବରିଷ୍ଠ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାନ୍ତ ନନ୍ଦ ବେଦ ପଠନ କରିଥିଲେ ଓ ସୌମ୍ୟ ରଞ୍ଜନ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ସୁ ପରିଚାଳନା କରିବା ନିମିତ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ଼ ର ଶିକ୍ଷକ ଓ ଶିକ୍ଷୟିତ୍ରୀବୃନ୍ଦ ସହଯୋଗ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I