June 26, 2024

୧୨୬ ଜଣ ଛାତ୍ରଛାତ୍ରୀ ଦେଲେ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା

Share

୧୨୬ ଜଣ ଛାତ୍ରଛାତ୍ରୀ ଦେଲେ ୫ମ ଶ୍ରେଣୀ ବୃତ୍ତି
ପରୀକ୍ଷା
ବୁଗୁଡ଼ା : ତା ୨୭/୦୯/୨୩ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଆଜି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୧୪ ଜଣ ଅନୁପସ୍ଥିତ ରହିଥିଲେ । ଉକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଦାୟିତ୍ଵରେ ଏସବିଏନ୍ ଗାର୍ଲସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ୟୁ.ରବି କୁମାର ରହିଥିବା ବେଳେ ସିଆରସିସି କିରଣ ବାଳା ତ୍ରିପାଠୀ , ଶଶିକାନ୍ତ ପାତ୍ର , ସୁଶାନ୍ତ କୁମାର ସେଠୀ , ମାନସ ରଞ୍ଜନ ସେଠୀ , ରାଜେଶ ସାହୁ , ପ୍ରଫୁଲ୍ଲ କୁମାର ସାହୁ , ଦେବଦତ୍ତ ମହାନ୍ତି , ବିଶ୍ବଜିତ୍ ପରିଡା ଏବଂ ଶିକ୍ଷୟିତ୍ରୀ ଅଞ୍ଜଳି କୁମାରୀ କଅଁର ଓ ଦେବୀ ଶବର ପ୍ରମୁଖ ପରୀକ୍ଷା କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ ଏବଂ ବିଇଓ ଚିନ୍ମୟ ମହାପାତ୍ର, ଏବିଇଓ ଅମିତା କୁମାରୀ ପାଢୀ ଓ ସିମାଞ୍ଚଳ ସେଠୀ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ । ଉକ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।