June 26, 2024

ପେନସନ ଜନିତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଶିବିର ଅନୁଷ୍ଠିତ

Share

ପେନସନ ଜନିତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲା ସ୍ତରୀୟ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ବ୍ଲକ କନଫନ୍ସ ହଲ ଠାରେ ରାଜ୍ୟ ଏମ୍ପ୍ଲମେଣ୍ଟ ପ୍ରୋଭିଡଫଣ୍ଡ ଅର୍ଗାନାଇଯେସନ ପକ୍ଷରୁ ପେନସନ ଧାରୀ ଙ୍କ ସମସ୍ୟା ର ସମାଧାନ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ଆଜି ହୋଇଛି l ଜିଲ୍ଳାରେ କୋଣସି ପେନସନ ଧାରୀ ଙ୍କ ଯଦି ପେନସନ ଜନିତ ସମସ୍ୟା ଥାଏ ତାହାର ସମାଧାନ କରିବା ଏହାର ମୂଳଲକ୍ଷ ବୋଲି କହିଛନ୍ତି ଭୁବନେଶ୍ୱର ରୁ ଆସିଥିବା ଆକାଉଣ୍ଟେଣ୍ଡ ବିଜୟ କୁମାର ରାଉତରାୟ ଓ ଏସଏସଏ ଦିଲୀପ କୁମାର ମିଶ୍ର l ତେବେ ଏହା ଜିଲ୍ଲା ରେ ପେନସନ ଧାରୀ ଙ୍କ ସମସ୍ୟା ର ସମଧାନ ପାଇଁ ପ୍ରତେକ ମାସ 27 ତାରିଖ ରେ ଚଳିବ ବୋଲି ସୂଚନା ଦିଆଯାଇଛି ଓ ଯଦି ଜିଲ୍ଳାରେ ପେନସନ ଧାରୀ ଙ୍କ କୌଣସି ସମସ୍ୟା ଥିଲେ ଆସି ଏଠାରେ ଅଭିଯୋଗ କରି ସମାଧାନ କରିବାକୁ କୁହାଯାଇଛି l ଏବଂ ପେନସନ ସମସ୍ୟା ପାଇଁ ଭୁବନେଶ୍ୱର କିମ୍ବା କୋଣସି ଅଫିସ କୁ ନ ଦୌଡ଼ି ଏଠାରେ ସମସ୍ୟା ର ସମାଧାନ ହୋଇପାରୁଥିବାରୁ ପେନସନଧାରୀ ଙ୍କ ମହଲରେ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରାଯାଇଛି l