June 26, 2024

ବ୍ରହ୍ମପୁର ବିଶ୍ୱବିଦ୍ୱାଳୟର ସିନେଟ୍ ହଲ୍ ଠାରେ ମଙ୍ଗଳବାର ଦିନ କମ୍ପୁଟର

Share

ବ୍ରହ୍ମପୁର ବିଶ୍ୱବିଦ୍ୱାଳୟର ସିନେଟ୍ ହଲ୍ ଠାରେ ମଙ୍ଗଳବାର ଦିନ କମ୍ପୁଟର ସାଇନ୍ସ ବିଭାଗର ଦୁଇ ଦିନିଆ ଜାତୀୟ ଆଲୋଚନା ଚକ୍ର ଉଦଘାଟିତ ହୋଇଛି | ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନା ଦ୍ବାରା ପ୍ରାୟୋଜିତ ଏହି ଆଲୋଚନାଚକ୍ରର ଶୀର୍ଷକ ଥିଲା ଏମର୍ଜିଂ ଆପ୍ଲିକେସନସ୍ ଅଫ୍ ଆଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ସାଇନ୍ସ | କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଉଦଘାଟନୀ ସଭାରେ ପୌରୋହିତ୍ୟ କରିଥିବା ବେଳେ ମୁଖ୍ଯ ଅତିଥି ଥିଲେ ଆନ୍ଧ୍ର ୟୁନିଭରସିଟିର ପ୍ରଫେସର ପି.ଏସ. ଅବଧାନି, ସମ୍ମାନିତ ଅତିଥି ଥିଲେ ହାଇଦ୍ରାବାଦ ବିଶ୍ଵ ବିଦ୍ୟାଳୟର ପ୍ରଫେସର ଶିବ କୁମାର ଉଦ୍ଗାତା, ଫକିର ମୋହନ ବିଶ୍ଵବିଦ୍ୟାଳୟରୁ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, କୂଳ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଆବାହକ ଡକ୍ଟର ସୁଶାନ୍ତ କୁମାର ଦାଶ, ଉପଆବାହକ ପ୍ରଫେସର ସତ୍ୟ ନାରାୟଣ ତ୍ରିପାଠୀ, ମୁଖ୍ୟ ଅତିଥି ପାଠଚକ୍ରର ପ୍ରସଙ୍ଗ ଉପରେ ଆଲୋକପାତ କରିଥିବା ବେଳେ କୁଳପତି ଏଇଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆଗକୁ ଏଇଭଳି ପାଠଚକ୍ର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ | ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଛଅ ଜଣ ଆମନ୍ତ୍ରିତ ବକ୍ତା ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ | କମ୍ପୁଟର ସାଇନ୍ସ ବିଭାଗର ଏଡଜଂକ୍ଟ ପ୍ରଫେସର ଡ. ମାନସ ରଞ୍ଜନ ପାତ୍ର, ଅଧ୍ଯାପକ ଡକ୍ଟର ବନମାଳୀ ଖୁଣ୍ଟିଆ, ବିକାଶ ରଞ୍ଜନ ବାଗ ଓ ଛାତ୍ରଛାତ୍ରୀ ଆଲୋଚନାଚକ୍ରଟିକୁ ସୁଚାରରୂପେ ପରିଚାଳନା କରିଥିଲେ | ଏହି ଆଲୋଚନାଚକ୍ରରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ସହିତ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗଦାନ ଓ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନା କରିଥିଲେ।