June 26, 2024

ଗୁଲୁଣ୍ଠି ବିଦ୍ୟାଳୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗୁଲୁଣ୍ଠି ବିଦ୍ୟାଳୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

 

ରାମନାଗୁଡା ରାୟଗଡା ଜିଲ୍ଲା ବରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ଏସ ଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ “ସହଭାଗୀ ରୂପେ ଅଭିଭାବକ ” ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାସୁଦେବ ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଗୁଲୁଣ୍ଠି ସରପଞ୍ଚ ଶ୍ରୀମତୀ ମାଝୀଗୌରୀ କଣ୍ଡାଗରୀ, ପୂର୍ବତନ ସରପଞ୍ଚ ଚିନ୍ନା କଣ୍ଡାଗରୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ଶବର,ଓଡ଼ିଶା ଜୀବିକା ମିଶନ ଏମ୍ବିକେ ପ୍ରଶାନ୍ତି ବିଡ଼ିକା ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଡାଙ୍ଗୁବାଡ଼ି ବାଳିକା ସେବାଶ୍ରମ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ଶବର ,ଗୁଲୁଣ୍ଠି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ କୈବର୍ତ୍ତ ସମେତ ଉକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଗୌଡ଼ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଅଭିଭାବକ ମାନଙ୍କୁ କାର୍ଯ୍ୟକ୍ରମ ଉଦ୍ଦେଶ୍ୟକୁ ପ୍ରାଞ୍ଚଳ ଭାବେ ବୁଝାଇଥିଲେ । ମୁଖ୍ୟ ଅତିଥି ସରକାରୀ ଯୋଜନା ସଂପର୍କରେ ଅଭିଭାବକ ମାନଙ୍କୁ ଜଣାଇଥିଲେ । ମୁଖ୍ୟବକ୍ତା କହିଥିଲେ ଯେ, ଅଭିଭାବକ ଓ ଶିକ୍ଷକ ପରସ୍ପର ପରିପୂରକ ତଥା ବିଦ୍ୟାଳୟର ଅଂଶୀଦାର ହୋଇ ବିଦ୍ୟାଳୟକୁ ଆଗେଇ ନେବା ଉଚିତ । ମିଶନ ଶକ୍ତି ତରଫରୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ନିଜର ଷ୍ଟଲ କରି ତାଙ୍କ ଦ୍ଵାରା ନିର୍ମିତ ଜିନିଷ/ ଦ୍ରବ୍ୟ ଗୁଡିକ ପ୍ରଦର୍ଶନ କରିଥିଲେ। ସେହିପରି ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା ସମସ୍ତ ପୃଷ୍ଟିକର ସାମଗ୍ରୀ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନିମନ୍ତେ ଛାତ୍ର ଛାତ୍ରୀ ଏବଂ ଅବିଭାବକ ମାନଙ୍କର ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରକୁ ଭାଗ୍ୟଧର ପାଲାକା, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଶବର ,ଶିକ୍ଷୟିତ୍ରୀ ସୁମନବାଳା ଭଞ୍ଜ, ଅନିତା ଶବର,M ମେଟ୍ରନ ଅଞ୍ଜୁ ଖୋସଲା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ସିସିଏ ମାନେ ସହଯୋଗ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ବିଶ୍ୱନାଥ ଶବର ସଭା ସାଙ୍ଗ କରିଥିଲେ।
ସେହିଭଳି ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ କୁଜେନ୍ଦ୍ରୀ ଠାରେ ପ୍ରଧାନ ଶିକ୍ଷକ ଏବଂ ପାଳୁପାଇ ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ହୋଇଥିଲା I

ରିପୋର୍ଟ ରାକେଶ କୁମାର ବେହେରା