June 26, 2024
Share

*ଖବର ଆଜିରରେ*
ତାରିଖ ୨୭/୦୯/୨୦୨୩ ବୁଧବାର ।।

ଆସନ୍ତା ୨୮ ତାରିଖକୁ ଛୁଟି ଘୋଷଣା କଲେ ସରକାର ।
ପୂର୍ବରୁ ଘୋଷଣା ହୋଇଥିବା ୨୯ ପରିବର୍ତ୍ତେ ୨୮ରେ ଛୁଟି ।
ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ସରକାରୀ ଛୁଟି ଘୋଷଣା ।

ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍।

ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟଙ୍କ ରାୟ ପରେ ମାହାଙ୍ଗାରେ ମୁହାଁମୁହିଁ କୁଳମଣି ବରାଳଙ୍କ ପରିବାର ଓ ପ୍ରତାପ ଜେନାଙ୍କ ସମର୍ଥକ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ମରାମତି ମାମଲା: ଓଡ଼ିଶା ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ।

ଏସିଆନ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ଜିତିଲା ଭାରତ।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ: ପୁଅ ବଦଳରେ ଦେଲେ ଝିଅ । ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ହସ୍ପିଟାଲ ନିର୍ଦ୍ଦେଶକ ।

ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ ।

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା ଇଡି ।

କାନାଡ଼ାରେ ପୁଣି ଖାଲିସ୍ତାନୀ ସମର୍ଥକଙ୍କ ପ୍ରଦର୍ଶନ । ଭାରତୀୟ ଦୂତାବାସ ଆଗରେ କଲେ ତ୍ରିରଙ୍ଗାକୁ ଅପମାନ ।

ସମ୍ମାନଜନକ ଦାଦା ସାହେବ ଫାଲ୍‌‌କେ ପୁରସ୍କାର ଘୋଷଣା.. ଚଳିତ ବର୍ଷ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲ୍‌‌କେ ପୁରସ୍କାର ।

୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ ।

ରାଜନୀତିକ ସୁବିଧା ଦ୍ବାରା ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ଠିକ୍‌ ନୁହେଁ, ମିଳିତ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ, କାନାଡ଼ାକୁ ବାର୍ତ୍ତା ।

ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ ଆସିୟୁରେ ଭର୍ତ୍ତି ।

ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ।

ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ଏଲ୍‌ପିଜି ସବ୍‌ସିଡି ସ୍କିମ୍‌ର ଯାଞ୍ଚ କରିବେ କେନ୍ଦ୍ର ସରକାର, ବାଜେ ଖର୍ଚ୍ଚ ଓ ସରକାରୀ ଅର୍ଥ ଲୁଟ୍ ରୋକିବାକୁ ନିଷ୍ପତ୍ତି ।

ରାଜଧାନୀ ଦିଲ୍ଲୀରେ ବଡ ଡକୈତି । କାନ୍ଥରେ କଣା କରି ୨୫ କୋଟି ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ ।

ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି ।

ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଏଡିଏମ୍ ଅଫିସ ଘେରିଲେ ଶତାଧିକ ଆଦିବାସୀ ।

ଆଜି ତୃତୀୟ ଦିନିିକିଆ – ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ। ।

ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି।

ସୁପ୍ରଭାତ ,ଶୁଭ ସକାଳ ।