August 24, 2026

ମାଣ୍ଡିମେରା ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

IMG-20240827-WA0031
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ. କୁମାର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା କୁନ୍ତଳା ମଲ୍ଲିକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣିରେ ଯୋଗଦାନ କରିଥିଲେ । ମାଣ୍ଡିମେରା ଗ୍ରାମ ପଞ୍ଚାୟତ ସମେତ ରାଇପଙ୍କା, ଖାରିଗୁଡା ଓ ବିରିକୋଟ ପଞ୍ଚାୟତର ସମୁଦାୟ ମୋଟ ୧୫୧ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୪୪ ଗୋଟି ଏବଂ ଗ୍ରାମ ଭିତ୍ତିକ ସମସ୍ୟା ୧୦୭ ଗୋଟି ରହିଥିଲା । ସମୁଦାୟ ମଧ୍ୟରୁ ୬ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତିନି ଜଣଙ୍କୁ ୮ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ, ମୋହନା ତହସିଲଦାର ସତ୍ୟବାନ ନାୟକ, ସ୍ଥାନୀୟ ସରପଞ୍ଚ ମେଘର୍ସା ମାଝୀ ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।

You may have missed