November 15, 2024

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ଓ କେ ଟି ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ୮ମ ଚେସ ଚମ୍ପିୟାନସିପ ୨୦୨୪ ଉଦଯାପିତ l

Share

ଟାରୀ କ୍ଳବ ଶ୍ରୀଜଗନ୍ନାଥଧାମ, ପୁରୀ ର ୮ମ ରାଜ୍ୟସ୍ତରୀୟ ଚେସ ଚମ୍ପିୟାନସିପ ଟୁର୍ନାମେଣ୍ଟ କେ ଟି ଗ୍ଲୋବାଲ ସ୍କୁଲ ମିଳିତ ସହଯୋଗ ରେ ପୁରୀ ଚକର୍ତ୍ତିର୍ଥ ରୋଡ଼ ହୋଟେଲ ହଲିଡେ ରିସର୍ଟ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ ଓଡିଶା ରାଜ୍ୟର ୧୭ଟି ଜିଲ୍ଲାର ୨୦୭ଜଣ ଖେଳାଳି ଅଂଶଗ୍ରହଣ କରିଥିବା ସହିତ ୮୨ଜଣ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ଖେଳାଳି ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ରେ ୪୮ଟି ଟ୍ରଫି ସହିତ ପଚାଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ 3262 ଜିଲ୍ଲା ଗଭର୍ଣ୍ଣର ଆର ଟି ଯାଜ୍ଞଶିଷ ମହାପାତ୍ର, ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ବରୁଣେଇ କେ ଟି ଗ୍ଲୋବାଲ ସ୍କୁଲ ର ଚେୟାରମ୍ୟାନ ଡ଼କ୍ଟର ଅରୁଣ ପ୍ରକାଶ, ଦୂରଦର୍ଶୀ ମାଗାଜିନର ଏଡିଟର ଦୁର୍ଗା ପ୍ରସାଦ ସାମନ୍ତରାୟ, ଜିଲ୍ଲା ପୂର୍ବତନ ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ମଞ୍ଚାସିନ ହୋଇ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ l ପୂର୍ବତନ ସଭାପତି ରୋଟାରୀଆନ ରାଜ କିଶୋର ପାତ୍ର, ରୋଟାରୀଆନ ପ୍ରଦୀପ କୁମାର ନାୟକ, ପ୍ରଶାନ୍ତ କୁମାର ପୁହାଣ କେ ଟି ଗ୍ଲୋବାଲ ସ୍କୁଲ ଡାଇରେକ୍ଟର ଜ୍ୟୋତିପ୍ରକାଶ ନନ୍ଦ, ଆର ଟି ଏନ ଦେବାଶିଷ କୁମାର, ଆର ଟି ଏନ ରବିନାରାୟଣ ସାହୁ, ଆର ଟି ଏନ ହରିହର ଗୁରୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଲିଭାଇଥିଲେ l ସଭାପତି ରୋଟାରୀଆନ କୈଳାଶ ଚନ୍ଦ୍ର ବେହେରା, ସମ୍ପାଦିକା ରୋଟାରୀଆନ ସୁଷମା ମିଶ୍ର, ରୋଟାରୀଆନ ପିତାମ୍ବର ମହାପାତ୍ର, ସୁବାସ ଚନ୍ଦ୍ର ପରିଡା, ବନ୍ଦିତା ସାହୁ, ବିଭୁଦତ୍ତ ମିଶ୍ର, ଜିତେନ୍ଦ୍ର ପାତ୍ର, ଦେବରାଜ ପ୍ରଧାନ, ଦେବଦତ୍ତ ଷଡ଼ଙ୍ଗୀ, ମଧୁସୂଦନ ପୂଜାପଣ୍ଡା,ମୋହନ ପ୍ରଧାନ ପ୍ରମୁଖ ଏହି ପ୍ରତିଯୋଗିତା କୁ ପରିଚାଳନା କରିବା ସହିତ କେ ଟି ଗ୍ଲୋବାଲ ସ୍କୁଲର ଗାର୍ଗୀ ଚାଟର୍ଜୀ, ଇତି ପ୍ରଧାନ ଦୁଇଦିନ ଧରି ଏହି ପ୍ରତିଯୋଗିତା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ