ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ଓ ପିକଅପ ଜବତ, ଜଣେ ଗିରଫ ..
ଉମରକୋଟ:-
ନବରଙ୍ଗପୁର ଜିଲ୍ଲା ପଡ଼ୋଶୀ ଛତିଶଗଡ଼ ରାଜ୍ୟ କୋଣ୍ଡାଗାଁ ଜିଲ୍ଲା ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜେଇ ଜବତ । ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଛତିଶଗଡ଼ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଫରସଗାଁ ନିକଟରେ ଜଗି ରହିଥିଲେ । ଠିକ୍ ଏହି ସମୟର ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ (ଗାଡ଼ି ନମ୍ବର ଓଡି ୨୪ ଏଚ ୨୪୭୦) କୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ସମୟରେ ସେଥିରୁ ଅଢେଇ ବସ୍ତା ଗଞ୍ଜେଇ ବାହାରିଥିଲା। ଛତିଶଗଡ଼ ପୋଲିସର କହିବା ଅନୁଯାୟୀ ଜବତ ଗଞ୍ଜେଇର ଓଜନ ୧୨୧ କିଲୋ ୬୫୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ଏହି ଚୋରା ଚାଲାଣରେ ଅଭିଯୁକ୍ତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମର ନବଜିତ ସରକାର (୨୬)। ଉକ୍ତ ଗଂଜେଇ ଚାଲାଣ କାରୀକୁ ଗିରଫ କରିଛି ଛତିଶଗଡ଼ ପୋଲିସ। ତେବେ ବାରମ୍ବାର ଓଡ଼ିଶାରୁ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଓଡ଼ିଶା ପୋଲିସର ଏହି ବେଆଇନ କାରବାର ଉପରେ କିଭଳି ଦୃଷ୍ଟି ପଡ଼ୁନାହିଁ ବୋଲି ସାଧାରଣରେ ରେ ଚର୍ଚ୍ଚା ହେଉଛି।(ଏମ୍.ଦିନା°ଶୁ ଆଚାରୀ)