April 27, 2026

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି 

IMG-20250727-WA0029
Share

 

ପାରଳାଖେମୁଣ୍ଡି:୨୭/୭(ଗରୁଡ ଧ୍ୱଜ ଚୌଧୁରୀ)ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ମନ୍ଦିର ନିର୍ମାଣରେ ଅନେକ ଭକ୍ତ ନିଜ ନିଜକୁ ସାମିଲ କରି ବିଭିନ୍ନ ଭାବେ ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଆଜି ପାରଳାଖେମୁଣ୍ଡି ସହରର ଲକ୍ଷ୍ମୀକାନ୍ତ ହୋତା ନୂତନ ମନ୍ଦିର ନିର୍ମାଣ ପାଇଁ ଦଶ ହଜାର ଏକ ଟଙ୍କା ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣ ପାଇଁ ସହାଭାଗୀ ହୋଇଛନ୍ତି. ଲକ୍ଷ୍ମୀକାନ୍ତ ହୋତା ପାରଳା ସହରର ପଡୋଶୀ ଆନ୍ଧ୍ରର ଶ୍ରୀୟାଖଣ୍ଡି ଗ୍ରାମର ବିଘ୍ନରାଜ ହୋତାଙ୍କ ସୁପୁତ୍ର ଅଟନ୍ତି. ମନ୍ଦିର ନିର୍ମାଣ କମିଟିର ସଦସ୍ୟ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଓ ନିର୍ମାଣ କମିଟିର ସମସ୍ତ ସଦସ୍ୟ ଲକ୍ଷ୍ମୀକାନ୍ତକୁ ସାଧୁବାଦ ଜଣାଇଛନ୍ତି.