March 10, 2026

ଲୋକପ୍ରିୟ ଆଶାକର୍ମୀ ସୁକାନ୍ତିଙ୍କ ଶେଷଦର୍ଶନ ସହ ସହାୟତାର ହାତ ବଢାଇଲେ ବରିଷ୍ଠ ସମାଜସେବୀ ଗୌରୀଶଙ୍କର ପଣ୍ଡା..

IMG-20250727-WA0002
Share

 

 

ନୀଳଗିରି ( ଦେବାଶିଷ ଦାଶ )

ଗଲା କାଲି ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୀଳଗିରି ବ୍ଲକର ଲୋକପ୍ରିୟ ଆଶାକର୍ମୀ ସୁକାନ୍ତି ନାୟକଙ୍କ ମୃତ୍ୟୁ ହୋଇଥିଲା। ଶନିବାର ତାଙ୍କ ମରଶରୀର ଭଉଁରିଆବାଡ ପଞ୍ଚାୟତ ଜଡ଼ିବାଲି ପହଞ୍ଚିବା ପରେ ନୀଳଗିରି ଅଞ୍ଚଳର ବରିଷ୍ଠ ସମାଜସେବୀ ଗୌରୀଶଙ୍କର ପଣ୍ଡା ତାଙ୍କ ଶେଷଦର୍ଶନ କରିବା ସହିତ ମରଶରୀରରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏଭଳି ଦୁଃଖଦ ସମୟରେ ଧର୍ଯ୍ୟଧରିବାକୁ ସ୍ୱାନ୍ତନା ଦେବାସହ ଶବସତ୍କାର ପାଇଁ ଆର୍ଥିକ ସହାୟତା କରିଥିଲେ। ସୂଚନା ଅନୁଯାୟୀ ଶ୍ରୀମତୀ ନାୟକ ଝିଅ ଏବଂ ଭଣଜାଙ୍କ ସହିତ ବାବା ଚନ୍ଦନେଶ୍ଵରଙ୍କ ଜଳାଭିଷେକ କରି,ଏକ ବାଇକ ସାହାଯ୍ୟରେ ଜଣେ ସମ୍ପର୍କୀୟ ଘରକୁ ଯାଉଥିବା ସମୟରେ, ପଥରେଶ୍ୱର୍ ପୋଲ ନିକଟରେ ଏକ ମାଛବୋଝେଇ କଣ୍ଟେନର ଧକ୍କା ଦେଇଦେବା ଫଳରେ କଣ୍ଟେନରର ପଛଚକା ସୁକାନ୍ତିଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।