October 5, 2024

ପଦ୍ମପୁର ଟାଉନ୍ କ୍ଲବ ତରଫରୁ କାରଗିଲ ବିଜୟ ଉତ୍ସବ ପାଳିତ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି 

Share

 

ବରଗଡ଼/ପଦ୍ମପୁର : (ଉପାନ୍ତ ଖବର) ୧୯୯୯ ଜୁଲାଇ ୨୬ ତାରିଖରେ କାର୍ଗିଲ ଯୁଦ୍ଧରେ ବିଜୟ ଘୋଷଣା କରିଥିଲା ଭାରତ। ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ ପାକିସ୍ତାନ ସେନା। ଭଡ଼ାଟିଆ ସୈନ୍ଯଙ୍କ ସହିତ ସେମାନେ ଭାରତର ସୀମାକୁ ଆଡ୍ଡା ଜମାଇଥିଲେ। ତତ୍କାଳୀନ ସେନା ମୁଖ୍ଯ ଜେନେରାଲ ପରଭେଜ ମୁଶାରଫ ଥିଲେ ଏହାର ମାଷ୍ଟର ମାଇଣ୍ଡ । ପ୍ରଥମେ ପାକିସ୍ତାନ ସେନା କହିଥିଲା, ଏଥିର ତାର ହାତ ନାହିଁ । ପରେ କିନ୍ତୁ ସବୁ ଜଣାପଡ଼ିଥିଲା। ପ୍ରାୟ ଅଢ଼େଇ ମାସର କାର୍ଗିଲ ଯୁଦ୍ଧ ପରେ ପାକିସ୍ତାନ ସେନାଙ୍କୁ ତଡ଼ି ନିଜ ସୀମାକୁ ସୁରକ୍ଷିତ ରଖିବାରେ ଭାରତ ସଫଳ ହୋଇଥିଲା। ସେହି ଦିନଠାରୁ ଜୁଲାଇ ୨୬କୁ ବିଜୟ ଦିବସ ରୂପେ ପାଳନ କରାଯାଉଛି । ଆଜି ସନ୍ଧ୍ୟା ରେ ପଦ୍ମପୁର ଟାଉନ୍ କ୍ଲବ ଠାରେ ମଧ୍ୟ କାରଗିଲ ଦିବସ ପାଳନ କରି ୫୨୭ ଜଣ ସଂଗ୍ରାମୀ ସହିଦ ଜବାନ ମାନଙ୍କୁ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାରଗିଲ ବିଜୟ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ , ମୁଖ୍ୟ ବକ୍ତା ଭାବେ ଡ଼ଃ. ବାଞ୍ଛାନିଧି ପଣ୍ଡା, ସମ୍ମାନିତ ଅତିଥି ଭାବରେ ଟାଉନ୍ କ୍ଲବ ର ପୂର୍ବତନ ସଭାପତି ଶିରିଶ କୁମାର ବହିଦାର, ପୂର୍ବତନ ସମ୍ପାଦକ ପ୍ରତାପ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ପ୍ରମୁଖ ଯୋଗଦାନ ଦେଇ କାରଗିଲ ସହିଦ୍ ଙ୍କ ସ୍ମୃତି ଚାରଣ କରିଥିଲେ। ଟାଉନ୍ କ୍ଲବ ସମ୍ପାଦକ କୁନାଲ ପାଣିଗ୍ରାହୀ ସମ୍ପାଦନା କରିଥିବା ବେଳେ କ୍ଲବ ର ଉପସଭାପତି ଅଶୋକ ମିଶ୍ର ସଭା ପରିଚାଳନା କରିଥିଲେ । ଏହି ବିଜୟ ଦିବସ ରେ ଇତିମଧ୍ୟରେ ଅବସର ନେଇଥିବା ଦୁଇଜଣ ସୈନିକ ଲଲିତ ପ୍ରଧାନ ଏବଂ ପ୍ରଶାନ୍ତ ସାହୁ ଙ୍କୁ କ୍ଲବ ତରଫରୁ ଉପଢୌକନ ଏବଂ ସ୍ମୁତି ଉଦ୍ଦେଶ୍ୟରେ ଦୁଇଟି ଗଛ ଉପହାର ସଦୃଶ୍ୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପଦ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ, ବ୍ଯକ୍ତି ବିଶେଷ ଯୋଗଦାନ ଦେଇ ଥିଲେ ।ହରି ସିଂ, ଆଦିତ୍ୟ ରଥ, ସୁନୀଲ ଅଗ୍ରୱାଲ, ନରେଶ ସୁନ୍ଦର ସାହୁ,ଅମିତ ଗର୍ଗ, ଦୀନେଶ ବାରିକ, ଅଖିଳ ପଟନାୟକ,ମଣ୍ଟୁ ପାଣ୍ଡେ,ସୁରେଶ ସାହୁ, ସୁରଜ ସୁନା,ଅଜୟ ଅଗ୍ରୱାଲ,ଦୀପକ ବାରିକ, ଶଙ୍କର ରାଉଥ,ରୋହିତ ସେଠ,ରବୀନ ମେହେର, ଅନିଲ ଗୁର୍ଲା, ଉଧଵ,ଶିବମ ପଟନାୟକ, ଆଦେଶ ସାହୁ, ପ୍ରତ୍ୟୁଷ ଦାସ, ବିନୀତ ପାତ୍ର, ଆୟୁଷ ଓ କ୍ଲବ ର ସମସ୍ତ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)