October 5, 2024

ଉମରକୋଟ ଜଗନ୍ନାଥ ମହାପ୍ରଭୁ ଙ୍କ ଅଳଙ୍କାର ଗଣତି ହେଲା……..

Share

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ସମ୍ପ୍ରତି ପୁରି ଜଗନ୍ନାଥ ମନ୍ଦିର ର ଅଳଂକାର ଗଣତି ମନ୍ମତୀ କୁ ନେଇ ସମଗ୍ର ବିଶ୍ଵ ରେ ଆଲେଚନା ଲାଗି ରହି ଥିବା ବେଳେ ଆଜି ପ୍ରଥମ ଥର ପାଇଁ ଉମରକୋଟ ଜଗନ୍ନାଥ ମହାପ୍ରଭୁ ଙ୍କ ସମସ୍ତ ଅଳଙ୍କାର ର ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେଇ ଥିଲା। ଆଜି ପର୍ଯ୍ୟନ୍ତ ମହା ପ୍ରଭୁ ଙ୍କ ସମସ୍ତ ଅଳଙ୍କାର ମନ୍ଦିର ରେ ରହି ଆସୁ ଥିଲା। କିନ୍ତୁ ବର୍ତ୍ତମାନ ର ପରିସ୍ଥିତି କୁ ଦେଖି ଉମରକୋଟ ଦେବୋତର କମିଟି ସଭାପତି ତଥା ତହସିଲଦାର ମେଗ ବାନ ବାଘ ସମସ୍ତ ସଦସ୍ୟ ଙ୍କ ସହମତି ରେ ଜିଲାପାଳ ଙ୍କ ଠାରୁ ଅନୁମତି ଆଣି ଆଜି ମନ୍ଦିର ପରିସର ରେ ଗଣତି କରା ଯାଇ ଥିଲା। ଗଣତି ସରିବା ପରେ ସମସ୍ତ ଅଳଙ୍କାର ଗୁଡିକ ଟ୍ରେଜେରି ରେ ରଖାଯିବା ପାଈଁ ନିଷ୍ପତି ହେଇଛି। ମହାପ୍ରଭୁ ଙ୍କ ଅଳଙ୍କାର ମଧ୍ୟରେ ସୁନା ଅଳଙ୍କାର ୭୭ଗ୍ରାମ ୭୯ ମିଲିଗ୍ରାମ ଓ ରୁପା ଅଳଙ୍କାର ମଧ୍ୟରେ ୧୨ କେଜି ୩୧୪ ଗ୍ରାମ ରହିଛି। ଆଜିର ଗଣତି ସମୟରେ ଉମରକୋଟ ଦେବୋତର କମିଟି ସଭାପତି ମେଗବାନ ବାଗ ଙ୍କ ସହ ବରିଷ୍ଠ ନେତା ଜୟଦେବ ପରିଡା, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ସାହୁ, ଦ୍ୱାରିକା ନାଥ ପାଣିଗ୍ରାହୀ, ଭୈରବ ମିଶ୍ର, ରଜତ ସ।ନ୍ତ୍ରା, ଝ।ଡ଼େଶ୍ୱର ମହାନ୍ତି, ବିଦ୍ୟାଧର ଜେନା, ମାର୍କଣ୍ଡ ସାହୁ, ଗଜି ନାୟକ, ରାଜ ପୁରୋହିତ ଗୌର ହରି ମିଶ୍ର, ପୂଜକ ଲାଲୁ ମିଶ୍ର , ରାଜସ୍ୱ ନିରୀକ୍ଷକ ରାଜେଶ ଦିୱାରି ଙ୍କ ସହ ଜିଲା ସ୍ତରୀୟ ଦେବୋତ କମିଟି ଇନିସ୍ପେକ୍ଟର ସୁକାନ୍ତ ପୂଜାରୀ ଙ୍କ ଉପସ୍ଥିତି ରେ ସମସ୍ତ ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହୋଇଛି।ଅଳଙ୍କାର ଗୁଡିକ ଚି଼ହ୍ନଟ ପାଇଁ ଓ ଓଜନ କରିବା ପାଈଁ ଉମରକୋଟ ର ଜଣେ ଗଣିଆ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟ ସାରିବା ପରେ ଏକ ଟିଣ ବକ୍ସ ରେ ସମସ୍ତ ଅଳଙ୍କାର ଗୁଡ଼ିକ ଟିନା ରଖା ଯାଇଛି ଓ ସେ ବକ୍ସ କୁ ଟ୍ରେଜେରୀ କୁ ପଠାଯିବ।।ଅଳଙ୍କାର ଗୁଡିକ ମହାପ୍ରଭୁଙ୍କ କାମରେ ଯେଉଁ ଦିନ ଆସିବ ସେହିଦିନ କମିଟି ସଦସ୍ୟ ଙ୍କ ଉପସ୍ଥିତ ରେ ବାହାର କରାଯିବ ଏବଂ କାମ ସାରିବା ପରେ ପୁଣି ଟ୍ରେଜେରି ରେ ରଖାଯିବ ବୋଲି ନିଷ୍ପତି ହୋଇଛି।