October 5, 2024

ରାସ୍ତା ପାଲଟିଛି ମରଣଜନ୍ତା 

Share

 

ସମ୍ବଲପୁର : ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତାରେ ଯିବାକୁ ହେଲେ ଆପଣଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡିବ । କାରଣ କେଉଁ ମୁହୂର୍ତ୍ତରେ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ରାସ୍ତା ଏଭଳି ମରଣକୁ ନିମନ୍ତ୍ରଣ କରୁଛି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସ୍କୁଲ ପଡ଼ା ଠାରୁ ତଳ ପଡ଼ା ଯାଏ ଯାଇଥିବା ରାସ୍ତାର ଏହି ଦୁରାବସ୍ଥା । ଗ୍ରାମବସୀ ଙ୍କ କହିବା ଅନୁସାରେ ଏହି ରାସ୍ତା ଦୀର୍ଘ ୧୦ ବର୍ଷ ହେବ ଏଭଳି ଭାବରେ ପଡ଼ି ରହିଛି l ଏହି ରାସ୍ତା ରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପରିବାର ଲୋକ ଯାତାୟାତ କରୁଥିବା ବେଳେ ଏବେ ଏ ରାସ୍ତା ସାଜିଛି ମରଣଯନ୍ତା lତଥାପି ପଞ୍ଚାୟତ ଓ ବ୍ଲକ୍ ଅଧିକାରୀଙ୍କ ନଜର ନପଡିବା ସମସ୍ୟା ସୃଷ୍ଟି କରିଛି ପଡାବାସୀଙ୍କ ପାଇଁ।