October 5, 2024

କାଶୀନଗର ପରିବା ବଜାର ରୁ ଆଳୁ ଉଭାନ ହୋଇଥିବା ଉପୋଭୋକ୍ତା ବା ଖାଉଟି ମାନେ ସୂଚନା ଆମ ପ୍ରତିନଧି ଙ୍କୁ ଦେଇଛନ୍ତି.

Share

 

କାଶୀନଗର ପରିବା ବଜାର ରୁ ଆଳୁ ଉଭାନ ହୋଇଥିବା ଉପୋଭୋକ୍ତା ବା ଖାଉଟି ମାନେ ସୂଚନା ଆମ ପ୍ରତିନଧି ଙ୍କୁ ଦେଇଛନ୍ତି. ସୂଚନା ହସ୍ତଗତ ହେବା ପରେ ପ୍ରତିନିଧି ନିଜେ କାଶୀନଗର ବଂଶଧାରା ନଦୀ ତଟ ରେ ଥିବା ବଡ଼ ପରିବା ହୋଲସେଲ ବଜାର, ବସ ଷ୍ଟାଣ୍ଡ ଠାରେ ଥିବା ଉଠା ପରିବା ବଜାର ଓ ଫୋରେଷ୍ଟ ଛକ ଠାରେ ଥିବା ପରିବା ବଜାର ବୁଲି ଅନୁସନ୍ଧାନ କରି ପରିବା ବିକାଳୀ ଓ ତେଜରାତି ଦୋକାନୀ ଙ୍କୁ ବୁଝିବାରୁ ପ୍ରକୃତରେ କାଶୀନଗର ସହାରକୁ ଆଳୁ ରାୟଗଡା ଜିଲ୍ଲା ଗୁଣୁପୁର ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କୋତୁରୁ ଠାରୁ ବ୍ୟବସାୟୀ ମାନେ ଆଣି ବସ୍ତା ବସ୍ତା ବସ୍ତା ବିକ୍ରି କରିଥାନ୍ତି କିନ୍ତୁ ପଶ୍ଚିମବଙ୍ଗରୁ ଓଡିଶା କୁ ଆସିଥିବା ଆଳୁ ଗାଡ଼ି ଫେରିଯିବାରୁ ଆଳୁ ସଙ୍କଟ କାଶୀନଗର ରେ ମଧ୍ୟ ପଡିଛି ବୋଲି ସେମାନେ କହି ଗତ କାଲି ଯାଏଁ ଏଠାରେ ଆଳୁ କିଲୋ ପିଛା 40 ଟଙ୍କା ଦରରେ ବିକ୍ରି ହେଉଥିଲା କିନ୍ତୁ ଯାହା କିଛି ଦୋକାନରେ ଥିଲା ସବୁ ସରିଯାଇଛି. ବର୍ତମାନ ପରିସ୍ଥିତି ରେ କାଶୀନଗର ପରିବା ବଜାର ରେ କୌଣସି ଦୋକାନୀଙ୍କ ନିକଟରେ ଆଳୁ ବିକ୍ରି ହେଉ ନ ଥିବାରୁ ବଜାରରୁ ଆଳୁ ପୁରା ଉଭାନ ହୋଇଯାଇଛି.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର