March 10, 2026

ମୋହନା ରେ ବଡ ଆକାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ

IMG-20230727-WA0025
Share

ମୋହନା ରେ ବଡ ଆକାରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ ମୋହନା ବିଧାୟକ ଦାଶରଥି —-____ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳ। ଏହି ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ ଅଟେ। ଏହି ରାସ୍ତା ଦେଇ ଓଡ଼ିଶାର ରାଜଧାନୀ ସହ ସମସ୍ତ ଜିଲ୍ଲା କୁ ଦୈନିକ ଅନେକ ବସ ଯାତାୟାତ କରେ ଏହା ସହ ଏହି ଠାରୁ ଶହ ଶହ ଲୋକ ଓଡ଼ିଶାର ସମସ୍ତ ଅଞ୍ଚଳକୁ ଯା ଆସ କରନ୍ତି। କିନ୍ତୁ ଏଠାରେ ସେହିପରି ଏକ ବସଷ୍ଟାଣ୍ଡ ନ ଥିବାରୁ ଦୈନି ଶହ ଶହ ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ପରିବହନ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ଦାବୀ ଉପସ୍ଥାପନ କରିଥିବା ଜଣାପଡିଛି। ମୋହନା ଠାରେ ଏକ ଅତ୍ୟାଧୁନିକ ବସ ଟର୍ମିନାଲ କରିବା ନିମନ୍ତେ ସ୍ଥାନୀୟ ତହସିଲଦାର ଙ୍କୁ ମଧ୍ୟ ଜାଗା ଚିହ୍ନଟ ନିମନ୍ତେ ଅନୁରୋଧ କରିଥିବା ଜଣାପଡିଛି। ଏହା ସଙ୍ଗେ ଫୁଲବାଣୀ ଠାରୁ ହାଇଦରାବାଦ କୁ ମଧ୍ୟ ଏକ ଶୀତତାପ ନିୟନ୍ତ୍ରିତ ବସ ଚଳାଇବାକୁ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକରେ ଅନୁରୋଧ କରିଥିବା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରିଛନ୍ତି।