April 24, 2026

ଛତ୍ରପୁର ପ୍ରତିଭା ଆବାସିକ କଲେଜରୁ ଯୁକ୍ତ ୨ ଛାତ୍ର ନିଖୋଜ 

IMG-20250627-WA0053
Share

 

ଛତ୍ରପୁର.୨୭/୬/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ତାମ୍ପରା ନିକଟ ପ୍ରତିଭା ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ୨ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ର ଶୁଭମ ସ୍ବାଇଁ (୧୭) ୩ ଦିନ ହେଲା ନିଖୋଜ ଅଛନ୍ତି ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଝାଡ଼ବନ୍ଧ ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟା ରେ ତାଙ୍କ ବାପା ସୁଶାନ୍ତ ସ୍ବାଇଁ ଛତ୍ରପୁର ଥାନାରେ ଏତଲା ଦେଇଛନ୍ତି। ଛାତ୍ରଙ୍କ ନିଖୋଜ ଘଟଣା ନେଇ କଲେଜ କର୍ତ୍ତୃପକ୍ଷ ବୁଧବାର ସନ୍ଧ୍ୟା ରେ ଜଣାଇଥିବା ତାଙ୍କ ବାପା କହିଛନ୍ତି । ପୂର୍ବରୁ ଛତ୍ରପୁର ସହରରେ ଉକ୍ତ କଲେଜ ଚାଲୁଥିବା ବେଳେ ବର୍ତ୍ତମାନ ତାମ୍ପରା ନିକଟ ନିଜ କୋଠାକୁ ସ୍ଥାନାନ୍ତର ହୋଇଛି। ସେଠାରେ ସିସି କ୍ୟାମେରା ଲାଗିନଥିବା, ପାଚେରି ନଥିବାରୁ ପିଲାମାନେ ସୁରକ୍ଷିତ ନଥିବା ନିଖୋଜ ଛାତ୍ରଙ୍କ ବାପା ସୁଶାନ୍ତ ସ୍ୱlଇଁ କ‌ହିଛନ୍ତି। ଏଥିପାଇଁ ସେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ସେ ଦାୟୀ କରିଛନ୍ତି, ଅପରପକ୍ଷରେ ଉକ୍ତ କଲେଜ ଠାରୁ ୩୦ ମିଟର ଦୂରରେ ରେଳ ଲାଇନରୁ ବୁଧବାର ରାତିରେ ରେ ଖଣ୍ଡ ବିଖଣ୍ଡିତ ଶବ ବ୍ରହ୍ମପୁର ଜିଆରପି ଥାନା ପୋଲିସ ଜବତ କରି ମାମଲା ରୁଜୁ କରିଛନ୍ତି , ଏସମ୍ପର୍କରେ ଖବର ପାଇ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ଉକ୍ତ ଶବକୁ ଦେଖିଥିଲେ, ତେବେ ଶବ ଏପରି ଅବସ୍ଥାରେ ଅଛି ଯେ ତାଙ୍କର ଛୁଆ ବୋଲି ଜାଣିବା କଷ୍ଟକର ବୋଲି ନିଖୋଜ ଛାତ୍ରଙ୍କ ବାପା କହିଛନ୍ତି। ଛାତ୍ରଙ୍କ ପରିବାର ଲୋକେ ଏହା ତାଙ୍କ ପୁଅର ମୃତଦେହ ନୁହଁ ବୋଲି କହିବା ପରେ ପରିସ୍ଥିତି ଜଟିଳ ହୋଇପଡିଛି । ଫଳରେ ମୃତଦେହ ଚିହ୍ନଟ କରିବାକୁ ଜିଆରପି ପୋଲିସ ଡିଏନଏ ପରୀକ୍ଷା ପାଇଁ ଯୋଜନା କରିଛି । ସେହିକ୍ରମରେ ମୃତ ଯୁବକଙ୍କ ଏବଂ ଶୁଭମଙ୍କ ବାପା-ମାଆଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାର କୁ ପଠାଇବ ବୋଲି ଜଣାପଡିଛି। ନୂଆ ସମସ୍ତ ବ୍ୟବସ୍ଥା କରାଯାଇଛି ଆହୁରି କରା‌ଯିବ ବୋଲି କଲେଜ ମୁଖ୍ୟ ଚିନ୍ମୟ ଦାସ ସୂଚନା ଦେଇଛନ୍ତି। ନିଖୋଜ ନେଇ ଛତ୍ରପୁର ଥାନା କୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି।

You may have missed