April 25, 2026

ଭିଜିଲାନ୍ସ ପଞ୍ଝାରେ ବ୍ଲକ୍ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ..

IMG-20250627-WA0042
Share

୧- ଭିଜିଲାନ୍ସ ପଞ୍ଝାରେ କୁଜଙ୍ଗ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ଵାଇଁ ,୨- ଗୃହ ନିର୍ମାଣ ଅଗ୍ରୀମ ପାଇଁ ଆକାଉଣ୍ଟେଣ୍ଟ ସୂର୍ଯ୍ୟକାନ୍ତ ଲାଞ୍ଚ ମାଗିଥିଲେ ଗଣ୍ଡକିପୁର୍ ପାଙ୍ଗରା ସ୍କୁଲର ଶିକ୍ଷକ ପ୍ରଦୀପ ରାଉତ ଙ୍କୁ, ୩-ଶିକ୍ଷକ ପ୍ରଦୀପ ରାଉତ ଅକାଉଣ୍ଟେଣ୍ଟ ସୂର୍ଯ୍ୟକାନ୍ତ ଙ୍କୁ ଲାଞ୍ଚ ଦେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ । ସୂଚନା ମୁତାବକ କୁଜଙ୍ଗ ବ୍ଲକ ଗଣ୍ଡକିପୁର ପଞ୍ଚାୟତ ପାଙ୍ଗରା ସ୍କୁଲ ର ଶିକ୍ଷକ ପ୍ରଦୀପ ରାଉତ ଗୃହ ନିର୍ମାଣ ଅଗ୍ରିମ ପାଇଁ ବ୍ଲକ ଶିକ୍ଷାଧିକାରୀ ଙ୍କ ନିକଟରେ ଆବେଦନ କରିଥିଲେ। ଅର୍ଥ ମଞ୍ଜୁର ହେବାରେ କିଛି ତ୍ରୁଟି ଥିବାରୁ ସେ କୁଜଙ୍ଗ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟଳୟରେ ଥିବା ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ ସଂଶୋଧନ କରିବାକୁ କହିଥିଲା। ହେଲେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ଵାଇଁ ତ୍ରୁଟି ସଂଶୋଧନ କରିବାକୁ ୧୦ ହଜାର ମାଗିଥିଲେ ହେଲେ ଆପସ ବୁଝା ସୁଜା ରେ ୫ ହାଜର ଟଙ୍କା ରେ ରାଜି ହୋଇଥିଲେ । ଏ ବିଷୟରେ ଶିକ୍ଷକ ପ୍ରଦୀପ ରାଉତ ଭିଜିଲାନ୍ସକୁ ସୁଚନା ଦେଇଥିଲେ। ପୂର୍ବ ଯୋଜନା ମୁତାବକ ଶିକ୍ଷକଙ୍କ ଗୃହ ନିର୍ମାଣ ବାବଦକୁ ୫ହଜାର ଟଙ୍କା ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ଵାଇଁ ଙ୍କୁ ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ଧରିଥିଲେ ବୋଲି ଆମ ପ୍ରତିନିଧଙ୍କୁ ଶିକ୍ଷକ ପ୍ରଦୀପ ରାଉତ ଫୋନ ଯୋଗେ ମତ ରଖିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )