July 3, 2024

ରାୟଗଡା ମିଲ ମାଲିକ ସଂଘ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

Share

ରାୟଗଡା : ବିଜେପି ସରକାର ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀ ମଣ୍ଡଳ ର ଖାଦ୍ୟ ଯୋଗାଣ ଖାଦ୍ୟ ସୁରକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ଅବଶୋରରେ ରାୟଗଡା ମିଲ ମାଲିକ ସଂଘ ର ସଭାପତି କାଶୀ ନାଇଡ଼ୁ ଙ୍କ ନେତୃତ୍ୱ ରେ ସଂଘ ର କର୍ମକର୍ତା ଏଲ ଶ୍ରୀନିବାସ, ଦେବାଶିଷ ବୋକ୍ସିପାତ୍ର ( ଲୁଲୁ ), ରବିକୁମାର, ଜି ଶିବଶଙ୍କର ସୁବୁଦ୍ଧି, ଲାଡି ଶ୍ରୀନୁ ଏନ ଶ୍ରୀନିବାସ, ପ୍ରଶାନ୍ତ ସାହୁ ସୁମନ କୁମାର ଙ୍କ ସମତେ ବହୁ ସଦସ୍ୟ ମାନ୍ୟବର ମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୋକନ ଦେଇ ସମ୍ବର୍ଦ୍ଧନା କରିଥିଲେ l ସଂଘ ର କର୍ମକର୍ତା ମନ୍ତ୍ରୀ ଙ୍କୁ ସେମାନ ଙ୍କ ଅଭାବ ଅସୁବିଧା ସମ୍ପର୍କ ରେ କହିଥିଲେ l ଭବିଷ୍ୟତ ରର ମିଲେର ଙ୍କ ପ୍ରତି ଯେପରି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ଆଶ୍ୱାସନା ଦେଇଥିଲେ l ଚାଷୀଙ୍କ ଠାରୁ ଠିକ ମୂଲ୍ୟରେ ଧାନ ଖରିଦି କରିବା ପାଇଁ କହିଥିଲେ ଉଭୟେ ଚାଷୀ ଓ ମିଲେର ଯେପରି ଅସୁବିଧା ନହୁଅନ୍ତି ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରିବି ବୋଲି କହିଥିଲେ l ମନ୍ତ୍ରୀ ଆମ ମିଲେର ଙ୍କ ଅସୁବିଧା ଶୁଣିଥିବାରୁ ମିଲ ମାଲିକ ସଙ୍ଘ ବହୁତ ଖୁସି ବୋଲି କାଶୀ ନାଇଡ଼ୁ ଓ ଲୁଲୁ ବୋକ୍ସିପାତ୍ର କହିଛନ୍ତି
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ