July 3, 2024

ଜିଲ୍ଲା ପ୍ରଶାସନ ର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟ କ୍ରମ ଅନୁଷ୍ଠିତ…..

Share

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ)ତା ୨୬ / ୦୬ / ୨୪ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ମିଶନଶକ୍ତି ସଭାଗୃହ ଠାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାକୁ ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ରୂପେ ପରିଗଣିତ କରିବା ନିମନ୍ତେ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟ କରାଯିବା ସହିତ ଶିଶୁ ଶ୍ରମିକ କୁ ରୋକିବାରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କର ସହଯୋଗର ଆବଶ୍ୟକତା ଉପରେ ଜିଲ୍ଲାପାଳ ଡଃ ମିଶ୍ର ଗୁରୁତ୍ଵ ଆରୋପ କରିବା ସହିତ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଶିଶୁ ଶ୍ରମିକ କୁ ରୋକିବା ନିମନ୍ତେ ପ୍ରଥମିକତା ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୦୬ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇ ଅନୁରୂପ ଭାବରେ ବୈଠକ କରାଯାଇ ଥିବାର ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହା ଚଳିତ ବର୍ଷ ରେ ଜିଲ୍ଲାରେ ମୋଟ ୧୩୮ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯାଇ ଥିବାର ପଦକ୍ଷ ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ଏଥି ସହିତ ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କର୍ମୀ ମାନେ ନିଜ ନିଜ କେନ୍ଦ୍ର ଅଧୀନରେ ଥିବା ଅନାଥ ଓ ଏକାକୀ ମାତା କିମ୍ବା ପିତା ଙ୍କ ସହିତ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ। ଅନ୍ୟମାଙ୍କ ମଧ୍ୟରେ ମଣ୍ଡଳ ଶ୍ରମଆୟୁକ୍ତ କୁବେର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିବ୍ୟାକାନ୍ତି ଲାକରା, ଜିଲ୍ଲା ସହ ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ,ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ,ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ , ତହସିଲିଦାର ନନ୍ଦାହାଣ୍ଡି, ପାପଡାହାଣ୍ଡି , ଡାବୁଗାଁ ପାପଡାହାଣ୍ଡି ବିଡିଓ କପିଲଦେବ ସାହୁ ,ଶିଶୁମଙ୍ଗଳ କମିଟିର ଅଧକ୍ଷା ଅଜନ୍ତା ଶୁଭଦର୍ଶନୀ ,ବାଲ୍ୟବିବାହ ନିଷେଧ ଅଧିକାରୀ, ଏସେ ଗୀତା, ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି , ବିନୀତା ଜେଠି, ମିନତୀ ବେହେରା , ସୁଦର୍ଷନି ରଥ, ସ୍ଵୋଚ୍ଛାସେବି ଅନୁଷ୍ଠାନ ଅରୁଣା ର ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ, ପିରାମଲ ଫାଉଣ୍ଡେସନ ର ସଂଯୋଜକ ବିକ୍ରମ କିଶୋର ରାଣା , ଶୋଭା ର ସଂଯୋଜିକା ଉର୍ମି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ , ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ନନ୍ଦାହାଣ୍ଡି ସିଡିପିଓ ଶସ୍ମିତାବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।