September 21, 2024
Share

╭───────────────────╮
🌄, ୨୭-ଜୁନ-୨୦୨୩, ମଙ୍ଗଳବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା, ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବମୀ ସନ୍ଧ୍ୟା ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ । ବାହୁଡ଼ା ଯାତ୍ରା ପାଇଁ ସ୍ଵତନ୍ତ୍ର ନୀତିକାନ୍ତି ଯୋଗୁଁ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ଦର୍ଶନ ହେବ ବନ୍ଦ l

➡️୨-ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜର ଉଭୟ ନିୟମିତ ଏବଂ ବ୍ୟାକ୍ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷାଫଳ, ପାସହାର ୯୧.୭୨% ରହିଛି |

➡️୩-ପୁଣି ବଢିଲା ଯୁକ୍ତ୨ ନାମଲେଖା ଆବେଦନ ଅବଧି, ଛାତ୍ରୀଛାତ୍ର ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ପ୍ରଥମ ମେଧା ତାଲିକା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ l

➡️୪-ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ଼ ଦେଶର ୮୦ ପ୍ରତିଶତ ଭାଗ ଛୁଇଁଲା ମୌସୁମୀ, ଚଳିତ ବର୍ଷ ସୃଷ୍ଟି କରିବ ଦୁଇଟି ଭିନ୍ନ ରେକର୍ଡ l

➡️୫-ଏଣିକି ରାଜ୍ୟର ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାର ଦିନ ବି ଖୋଲା ରହିବ l

➡️୬-ଦୁଇ ଦିନିଆ ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ l ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିବେ ।

➡️୭-ଏଣିକି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ ।

➡️୮-ଫାଇଭଟି ସଚିବଙ୍କ ସଭାକୁ ନେଇ ବିରୋଧୀଙ୍କ ଟାର୍ଗେଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇ ବିରୋଧୀଙ୍କୁ କାଉଣ୍ଟର କଲେ ୫ଟି ସଚିବ ।

➡️୯-ଗତକାଲି କଟକ ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ହେଲା ଶୁଣାଣି l ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଦେଢ ଶହରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।

➡️୧୦-ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ମାମଲାରେ , ରୋହିତ ଜୈଶ୍ବାଲଙ୍କୁ ଆସନ୍ତା ୩ ତାରିଖ ସୁଦ୍ଧା ହାଜର ହେବାକୁ ହେଲା ନିର୍ଦ୍ଦେଶ l

➡️୧୧-ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଖୁଲାସା କଲାକୁଖ୍ୟାତ ଗ୍ୟାଙ୍ଗଷ୍ଟର ସତବିନ୍ଦର ସିଂହ ଓରଫ ଗୋଲ୍ଡି ବ୍ରାର୍ l କହିଲା ସିଦ୍ଧୁ ମୁସେୱାଲାକୁ ମାରିଛି, ଆଗକୁ ସୁଯୋଗ ମିଳିଲେ ବଲିଉଡ ଅଭିନେତା ସଲମାନ ଖାନକୁ ବି ମାରିବି।

➡️୧୨-ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍‌ରେ ସ୍ୱତନ୍ତ୍ର “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ ସୋ’କୁ ଉପଭୋଗ କଲେ ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକ l

➡️୧୩-ମଣିପୁରରେ ମହିଳାଙ୍କ ବିରୋଧ ଯୋଗୁଁ ଅଟକିଲା ସେନା ଅପରେସନ୍ l ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଇଣ୍ଟରନେଟ୍ ବ୍ୟାନ୍‌ l

➡️୧୪-ରାଜସ୍ଥାନ ସରକାର ଅଶୋକ ଗେହଲଟଙ୍କ ବଡ଼ ଘୋଷଣା: ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ମହିଳାଙ୍କୁ ବଣ୍ଟାଯିବ ସ୍ମାର୍ଟଫୋନ, ୩ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଇଣ୍ଟରନେଟ l ୨୫ ଜୁଲାଇ ପୂର୍ବରୁ ସ୍ମାର୍ଟଫୋନ ବାଣ୍ଟିବା ଲାଗି ପ୍ରକ୍ରିୟା ହେବ ଆରମ୍ଭ l

➡️୧୫-ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ମହାରାଷ୍ଟ୍ର ସୋଲାପୁରର କ୍ଷୀର ବ୍ୟବସାୟୀ ପ୍ରକାଶ ଇମ୍‌ଦେ l ଗାଈ କ୍ଷୀର ବିକି ୧ କୋଟି ଟଙ୍କା ଖର୍ଚ୍ଚ କରି ତିଆରି କଲେ ଏକ ଭବ୍ୟ ବଙ୍ଗଳା l

➡️୧୬-ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡ୍ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ କଲେ ଆବେଦନ।

➡️୧୭-ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣରୁ ବଞ୍ଚାଇବାରେ ସକ୍ଷମ ହୋଇନଥିବାରୁ ଲେପ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ ସେନା l

➡️୧୮-ଆଜି ବିଶ୍ଵକପ୍‌ର କାର୍ଯ୍ୟସୂଚୀ ଜାରି କରିବ ବିସିସିଆଇ। ଆଜିଠାରୁ ଆଇସିସି ପୁରୁଷ ବିଶ୍ଵକପ୍‌ ଟ୍ରଫି କୁଏତ, ବାହାରିନ, ମାଲେସିଆ, ଆମେରିକା, ନାଇଜେରିଆ, ୟୁଗାଣ୍ଡା, ଫ୍ରାନ୍ସ, ଇଟାଲୀ ଏବଂ ଆୟୋଜକ ଭାରତ ସହିତ ସମଗ୍ର ଦୁନିଆର ୧୮ ଦେଶ ଯାତ୍ରା କରିବ।

➡️୧୯-ଦିନିକିଆ କ୍ରିକେଟ୍ ଇତିହାସରେ ୨ୟ ସବୁଠୁ ବଡ଼ ବିଜୟ, ଆମେରିକାକୁ ୩୦୪ରେ ହରାଇଲା ଜିମ୍ବାଓ୍ବେ l

➡️୨୦-ଜୁଲାଇରେ ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗସ୍ତ l ଏହି ଗସ୍ତରେ ଭାରତୀୟ ଦଳକୁ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ୫ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବିପତ୍ତାରିଣୀ ବ୍ରତ ll
🔅ଆଜି ଜାତୀୟ ଏଚ୍.ଆଇ.ଭି ପରୀକ୍ଷା ଦିବସ ll
🔅ଆଜି ବିଶ୍ୱ ଶିଳ୍ପ କର୍ମୀ ଦିବସ ll
🔅ଆଜି ବଙ୍କିମଚନ୍ଦ୍ର ଚୋଟ୍ଟୋପାଧ୍ୟାୟଙ୍କ ଜନ୍ମଦିନ ll
🔅ଆଜି ଜାତୀୟ ସ୍ତମ୍ଭକାର ଦିବସ ll
🔅ଆଜି ଜାତୀୟ ଆଇସ୍କ୍ରିମ୍ କେକ୍ ଦିବସ ll
🔅ଆଜି ଜାତୀୟ କମଳା ଫୁଲ ଦିବସ ll
🔅ଆଜି ଚଷମା ଦିବସ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll