March 12, 2026

ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ 

IMG-20250527-WA0036
Share

ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସଫଳ ରୂପାୟନ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି. ଆଗାମୀ ଜୁନ ୨୭ ତାରିଖରେ ପଢୁଛି ରଥଯାତ୍ରା. ଏହା ଯେତିକି ପାଖଉଛି ସେତେ ଚଳଚଞ୍ଚଳ ହେଉଛି ନିର୍ମାଣ କାର୍ଯ୍ୟ. ବର୍ତ୍ତମାନ ପାରଳାଖେମୁଣ୍ଡିରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାରରେ ଚାଲିଛି। ପୁରୀ ରଥଯାତ୍ରା ପରେ ପାରଳାଖେମୁଣ୍ଡି ରଥଯାତ୍ରା ହେଉଛି ଦ୍ଵିତୀୟ ପ୍ରସିଦ୍ଧ ରଥଯାତ୍ରା। ଏହି ରଥଯାତ୍ରା ପାଇଁ ପ୍ରଶାସନ ଓ ରଥଯାତ୍ରା କମିଟି ମଧ୍ୟ ପ୍ରସ୍ତୁତିକୁ ଜୋର୍ କରିଥିବା ଦେଖୁବାକୁ ମିଳିଛି. ସେହିପରି ରଥ ନିର୍ମାଣକାରୀ ମହାରଣାମାନେ ନିଜ କାର୍ଯ୍ୟରେ ନିଷ୍ଠାର ସହ ନିମଗ୍ନ ରହିଛନ୍ତି ।