March 11, 2026

ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକ

IMG-20250527-WA0024
Share

ଶତାୟୁ ଆଦର୍ଶ ଶିକ୍ଷକ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ଙ୍କ ବିୟୋଗରେ ଶୋକଝଙ୍କଡ଼ ତା ୨୭/୫/୨୦୨୫ ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବିଭକ୍ତ ବିରିତୋଳ ପଞ୍ଚାୟତ ଗୋପାଳପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, ସଅଁରା ବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ତଥା ସୁବର୍ଣ୍ଣଯୁଗର କର୍ଣ୍ଣଧାର, ବିଦ୍ୱାନ ପଣ୍ତିତ ଓ ଛାତ୍ରବତ୍ସଳ ମହାନ ବ୍ୟକ୍ତିତ୍ଵ ପଣ୍ଡିତ ନଗେନ୍ଦ୍ର କୁମାର ଦାଶ (୧୦୨ ) ଙ୍କର ଗତ ସୋମବାର ରାତ୍ରୀରେ ପରଲୋକ ଗମନ କରିଛନ୍ତି। ତାଙ୍କର ଜ୍ୟେଷ୍ଠ ପୁତ୍ର ଦିଲ୍ଲୀରେ ଇନକମ୍ ଟ୍ୟାକ୍ସ ବିଭାଗ ର ପ୍ରାକ୍ତନ କମିଶନର ରବିନାରାୟଣ ଦାଶ ଙ୍କ ସମେତ ଶଶି ଭୂଷଣ ଦାଶ, ସୁଧାଂଶୁ କୁମାର ଦାଶ ଓ ସମୀର କୁମାର ଦାଶ ସମେତ ପାଞ୍ଚପୁଅ ଥିଲାବେଳେ ଏକମାତ୍ର ଝିଅ କାଞ୍ଚନବାଳl ଦାଶ ଓ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ମରଶରୀର କୁ ଶୋଭାଯାତ୍ରାରେ ନେଇ ପୁରୀ ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟ କ୍ରିୟା ସମ୍ପନ୍ନ କରାଇଥିଲେ। ତାଙ୍କର ବିୟୋଗରେ ମର୍ମାହତ ହୋଇ ଆମ ଗାଁ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଭାପତି ଅଲେଖ ଚନ୍ଦ୍ର ବେହେରା , ପ୍ରାକ୍ତନ ଶିକ୍ଷକ ନରୋତ୍ତମ ଭୂୟାଁ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , ଅଅଁରl ସରପଞ୍ଚ ବିକ୍ରମ କେଶରୀ ସ୍ୱାଇଁ , ସମାଜସେବୀ ଅଶ୍ଵିନୀ ଦାସ, ବିରିତୋଳ ସରପଞ୍ଚ ରମାମଣି ଦାସ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସ୍ୱାଇଁ, ସୁନାକର ନାୟକ, ନିହାର ରଞ୍ଜନ ମହାନ୍ତି , ସାରଦା ଶତପଥୀ , ବିଜୟ କୁମାର ନାୟକ, ପୁର୍ବତନ ସରପଞ୍ଚ ବିଜୟ କୁମାର ମହାନ୍ତି, ମୃଣ୍ମୟ ସ୍ଵାଇଁ ଓ ନିରଞ୍ଜନ ନାୟକ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ନେତୃବୃନ୍ଦ ଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ବିୟୋଗରେ ମର୍ମାହତ ହୋଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା