ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ର ସମିତି ସଭ୍ୟ ବିଜେଡି ଛାଡି ବିଜେପି ରେ ଯୋଗଦାନ କଲେ…….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ଆକୃଷ୍ଟ ହେଇ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ଉମରକୋଟ ବ୍ଲକ ର ଚିକଲ ପଦର ଗ୍ରାମ ପଂଚାୟତର ସମିତି ସଭ୍ୟ ସନତ ହାଲଦାର ବିଜେଡ଼ି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି ଓ ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |
ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତା ମାନଙ୍କ ମଧ୍ୟରେ ସମିରନ ରାୟ, ପଞ୍ଚାନନ ବାବଳୀ, ଶ୍ୟାମଲାଲ ବିଶ୍ୱାସ, ସୁଜନ ଭୋକ୍ତ, ବୋଲରମ ଗଣ୍ଡ, ମଣ୍ଡଳ ସଭାପତି ଉତମ ହରିଜନ, ସନୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।