March 11, 2026

ଉମରକୋଟ ନୂତନ ବସଷ୍ଟାଣ୍ଡ ରେ ଅସରାଏ ବର୍ଷାରେ ବେହାଲ ହନ୍ତସନ୍ତ ହେଉଛନ୍ତି ଲୋକ…………

IMG-20250527-WA0022
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) କାଳ ବୈଶାଖୀର ଅସରାଏ ବର୍ଷା ହେଲେ ବେହାଲ ହେଇଯାଏ ରାସ୍ତାର ଅବସ୍ଥା। ଯେ କୌଣସି ଗାଡି ଯିବା ପାଇଁ ଏହି ରାସ୍ତାରେ ଡରନ୍ତି। ଗାଡି ଠେଲି ବାହାର କରିବା ପାଇଁ ଲୋକ ଖୋଜା ପଡନ୍ତି। ଏ ହେଉଛି ଉମରକୋଟ ସହରରେ ଥିବା ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ରାସ୍ତାର ଅବସ୍ଥା। ରାସ୍ତାର ମରାମତି ଅଭାବରୁ ଅସରାଏ ବର୍ଷା ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଏ। ପାଣି ଜମି ରହେ ରାସ୍ତା ଉପରେ। ଖାଲ ଯୋଗୁଁ ଗାଡି ଗୁଡ଼ିକ ଖାଲରେ ପଡ଼ି ଉଠି ଯାଉଛି। ଏହି ସମସ୍ୟା ଆଜିର ନୁହେଁ। ଅନେକ ସମୟରେ ଗାଡିଗୁଡ଼ିକ ଏହି ରାସ୍ତାରେ ଫଶି ଯାଉଛି। ଲୋକେ ଏହି ରାସ୍ତା ସମସ୍ୟା ସଂପର୍କରେ ଅଭିଯୋଗ କରିଛନ୍ତି । ହେଲେ କୌଣସି ସୁବିଧା କରାଯାଉ ନାହିଁ। ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ସମସ୍ତେ ଜାଣନ୍ତି କିନ୍ତୁ କୌଣସି ମରାମତି କାମ କରାଯାଇ ନାହିଁ। ଏଥିପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରର ଏହି ମୁଖ୍ଯ ରାସ୍ତାର ଦୁରାବସ୍ଥାରେ ପଦକ୍ଷେପ ନେଇ କାମ ତ୍ୱରାନ୍ୱିତ ହେବ ଓ କେବେ ସୁଧାର ଆସିବ ଦେଖିବାକୁ ବାକି ରହିଲା।