September 29, 2024

ଥାନା ପରିସରରେ କୁନି ପୁଅ କୁ ବିଷାକ୍ତ ଜନ୍ତୁ କାମୁଡାରେ ଗୁରୁତର, ପରେ ମେଡିକାଲ ରେ ମୃତ । ଥାନା ସାମ୍ନାରେ ସ୍ଥାନୀୟ ଲୋକଙ୍କ ଉତେଜନା ।

Share

 

ଅସ୍ତରଙ୍ଗ :-୨୭/୦୫:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ଗ୍ରାମପଂଚାୟତ ଅଧିନ ନୂଆ କାଳିଆକଣ ଗ୍ରାମର ମିହିର ବେହେରା ଙ୍କ ପତ୍ନୀ ଆଶା ବେହେରା ଙ୍କୁ ଗତ ୨୫ତାରିଖ ରେ ଶାଶୁଘରେ ଶାଶୁ ଓ ଶଶୁର ଗରମ ପେଜ ପକାଇ ବାରୁ ସେହି ୨୫ତାରିଖ ରେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆଶା ବେହେରା । ଏହି ଘଟଣା କୁ ଭିତ୍ତିକରି ଅସ୍ତରଙ୍ଗ ପୁଲିସ ଆଶା ଙ୍କ ଶାଶୁ ଓ ଶଶୁର ଙ୍କୁ ଥାନାକୁ ଡାକି ତଦନ୍ତ କରିଥିବା ବେଳେ ସୋମବାର ଆଶା ବେହେରା ନିଜର ୨ବର୍ଷର ପୁଅ କୁ ଧରି ଅସ୍ତରଙ୍ଗ ଥାନାକୁ ଆସିଥିଲେ। କିନ୍ତୁ ଅସ୍ତରଙ୍ଗ ପୋଲିସ ଶହ ଆଶା କଥୋପ କଥନ ହେବା ସମୟରେ ଥାନା ପରିସରରେ ଥିବା ତାଙ୍କର ୨ ବର୍ଷର ପୁଅ କୁ ଚାନ୍ଦିନୀ ଉପରେ ଛାଡ଼ି ଦେଇ ଥିଲେ । ପୁଅ ଚାନ୍ଦିନୀ ଉପରେ ଖେଳୁଥିବା ବେଳେ ଚାନ୍ଦିନୀ ରେ ଥିବା ଗତ୍ରରେ ୨ ବର୍ଷର ପୁଅ ହାତ ପ୍ରବେଶ କରାଇ ଦେଇଥିଲା । ସେହି ସମୟର ଗତ୍ରରେ ଥିବା କୌଣସି ବିଷାକ୍ତ ଜନ୍ତୁ କୁନି ପୁଅକୁ କାମୁଡ଼ିଥିଲା। ଯାହାକି ରକ୍ତ ସ୍ରାବ ହେବାରୁ ହଠାତ ଅସ୍ତରଙ୍ଗ ଥାନାପୋଲିସ ଥାନା ଗାଡ଼ିରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କୁନି ପୁଅର ଅବସ୍ଥା ସଂକଟା ପର୍ଣ୍ଣ ଥିବାରୁ ତାଙ୍କୁ ଅନ୍ୟତ୍ର ମେଡିକାଲ ସ୍ଥାନାନ୍ତର ହୋଇଥିଲା। ଏ ସମ୍ପର୍କରେ ନିମାପଡା ଉପଖଣ୍ଡ ଅଧିକାରୀ ପ୍ରଭାତ ମଲ୍ଲିକ କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଠାଇଯାଇଥିଲା ହେଲେ,ସେଠାରେ ଶିଶୁ ପୁତ୍ରର ମୃତ ଘୋଷଣା ହେବା ପରେ ଏ ସଂକ୍ରାନ୍ତରେ ଭୁବନେଶ୍ୱର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। କିନ୍ତୁ ସନ୍ଧ୍ୟା ସମୟରେ କୁନି ପୁଅର ସମ୍ପର୍କୀୟ ଥାନାସାମ୍ନାରେ କିଛି ସମୟ ଧାରଣା ଦେଇ ଥିବାର ଦେଖିବାକୁ ମିଳିଛି ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)