June 29, 2024

+୨ ବିଜ୍ଞାନରେ ସନ୍ତୋଷିନୀ ନାଇକ ବୁଗୁଡ଼ା ବ୍ଲକ ଟପ୍ପର….

Share

ବୁଗୁଡ଼ା : ତା ୨୭/୦୫/୨୪ : +୨ ବିଜ୍ଞାନ ପରୀକ୍ଷା ଫଳପ୍ରକାଶ ପାଇବା ପରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ନାଇକ ସର୍ବାଧ‌ିକ ୪୯୫ (୮୨.୫%) ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥ‌ିବା ଜଣାଯାଇଛି । ବୁଗୁଡା ବ୍ଳକ ଅନ୍ତର୍ଗତ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୦୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୯ ଜଣ ଓ ତୃତୀୟ ଶ୍ରେଣୀରେ ୨୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୯ ଜଣ ଓ ତୃତୀୟ ଶ୍ରେଣୀରେ ୨୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପକ୍ଷରେ ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୯ ରୁ ୪୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୮ ଜଣ ଓ ତୃତୀୟ ଶ୍ରେଣୀରେ ୧୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଚଳିତ ବର୍ଷ ବୁଗୁଡ଼ା ବ୍ଲକରେ +୨ ବିଜ୍ଞାନର ପାସ୍ ହାର ୬୪. ୯୩ ପ୍ରତିଶତ ରହିଛି ।